ଆଶ୍ଚର୍ଯ୍ୟଜନକ ଖୁଲାସା: ଦେଶରେ ୪୪ ଲକ୍ଷ ଡୋଜ ଟିକା ନଷ୍ଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ପଟେ ଟିକା ସଙ୍କଟ ଦେଖାଯାଉଥିବା ବେଳେ ଆରଟିଆଇ ରିପୋର୍ଟରୁ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି । ଏବେ ସୁଦ୍ଧା ଦେଶରେ ୪୪ ଲକ୍ଷ ଡୋଜ ଟିକା ନଷ୍ଟ ହୋଇଥିବା ଜଣାପଡ଼ିଛି । ତାମିଲନାଡୁରେ ସର୍ବାଧିକ ୧୨.୧% ଟିକା ନଷ୍ଟ ହୋଇଛି । ପରେ ହରିୟାଣାରେ ୯.୭୪%, ପଞ୍ଜାବରେ ୮.୧୨%, ମଣିପୁରରେ ୭.୮% ଏବଂ ତେଲେଙ୍ଗାନାରେ ୭.୫୫ ଟିକା ନଷ୍ଟ ହୋଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସମୟରେ ହିତାଧିକାରୀଙ୍କ ସଂଖ୍ୟା କମ୍ ରହୁଥିବାରୁ ସେ ସମୟରେ ସର୍ବାଧିକ ଟିକା ନଷ୍ଟ ହୋଇଛି । ଗୋଟିଏ ଭାୟଲରେ ୧୦ ରୁ ୧୨ ଡୋଜ ଟିକା ରହିଥାଏ । ଗୋଟିଏ ଭାୟଲ ଖୋଲିବାର ଅଧଘଣ୍ଟା ମଧ୍ୟରେ ସମସ୍ତ ଡୋଜ ଟିକାକୁ ବ୍ୟବହାର କରା ନଗଲେ ତାହା ନଷ୍ଟ ହୋଇଥାଏ । ଆଣ୍ଡାମାନ ନିକୋବର, ଡାମନ ଡିଉ, ଗୋଆ, ହିମାଚଳ ପ୍ରଦେଶ, କେରଳ, ଲାକ୍ଷାଦ୍ୱୀପ, ମିଜୋରାମ ଏବଂ ପଶ୍ଚିମବଙ୍ଗରେ ସବୁଠାରୁ କମ୍ ଟିକା ନଷ୍ଟ ହେଉଥିବା ଜଣାପଡ଼ିଛି ।
Powered by Froala Editor