କ୍ରିତିଙ୍କ ଭଲପାଇବା ପାଇବାକୁ ନକଲି ବାପା, ମା’ ଆଣିଲେ ରାଜକୁମାର

'ହମ୍ ଦୋ ହମାରେ ଦୋ'ର ଟ୍ରେଲର ସୋମବାର ରିଲିଜ ହୋଇଛି। ଏବେ ଟ୍ରେଲର ମାଧ୍ୟମରେ ଫିଲ୍ମର ମୁଖ୍ୟ ବିଷୟବସ୍ତୁ ଦେଖିବାକୁ ମିଳିଛି। ପାରିବାରିକ ଭଲପାଇବାକୁ ନେଇ ଫିଲ୍ମର କାହାଣୀଟି ପର୍ଯ୍ୟବେସିତ ହୋଇଛି। କ୍ରିତି ସାନନ୍ ଙ୍କ ପ୍ରେମକୁ ଜିତିବା ପାଇଁ ରାଜକୁମାରଙ୍କୁ ମିଛ ମା'ବାପା'ଙ୍କ ସାହାରା ନେବାକୁ ପଡୁଥିବାର ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମଟି ଆସନ୍ତା ଅକ୍ଟୋବର ୨୯ରେ ରିଲିଜ ହେବ। ଦର୍ଶକ ଡିଜନି ପ୍ଲସ ଓ ହଟଷ୍ଟାର ଦେଖି ପାରିବେ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଅଭିଷେକ ଜୈନ୍।
ଏହି ଫିଲ୍ମରେ କ୍ରିତି ସାନନ୍ ଓ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ପରେଶ ରାୱଲ, ରତ୍ନା ପାଠକ ଶାହା ମଧ୍ୟ ଅଭିନୟ କରିଛନ୍ତି। କିଛି ଦିନ ପୂର୍ବରୁ କ୍ରିତି ଫିଲ୍ମର ପୋଷ୍ଟରକୁ ଇନଷ୍ଚାଗ୍ରାମରେ ଶେୟାର କରିଥିଲେ।
Powered by Froala Editor