ଫଡ଼ନାବିସଙ୍କ ୨୩ ବର୍ଷୀୟ ପୁତୁରା ଟିକା ନେବା ଘଟଣାକୁ ନେଇ ବିବାଦ

ନାଗପୁର: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ପୁତୁରା ଗତକାଲି ଦ୍ୱିତୀୟ ଡୋଜ କରୋନା ଟିକା ନେଇଥିଲେ । ତେବେ ୨୩ ବର୍ଷରେ ସେ କିଭଳି କରୋନା ଟିକା ନେଲେ ସେହି ଘଟଣାକୁ ନେଇ ବିବାଦ ହୋଇଛି । ଏନସିପି ମୁଖପାତ୍ର ତଥା ଦକ୍ଷତା ବିକାଶ ମନ୍ତ୍ରୀ ନୱାବ ମଲିକ ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିଦେ୍ର୍ଧଶ ଦେଇଛନ୍ତି । ବର୍ତ୍ତମାନର ନିୟମ ଅଧୀନରେ ୪୫ ବର୍ଷରୁ କମ ବୟସର ଲୋକ ଟିକା ନେବା ପାଇଁ ଯୋଗ୍ୟ ନୁହନ୍ତି । ତେବେ ଫଡନାବିସଙ୍କ ପୁତୁରା ତନ୍ମୟଙ୍କର କଣ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ଥିଲା ନା ସେ ସ୍ୱାସ୍ଥ୍ୟକର୍ମୀ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ମଲିକ । ତନ୍ମୟ ପୂର୍ବତନ ବିଧାୟିକା ଶୋଭା ଫଡନାବିସଙ୍କ ନାତି । ସେ ନାଗପୁରର ନ୍ୟାସନାଲ କ୍ୟାନସର ଇନଷ୍ଟିଚୁ୍ୟଟରେ ଟିକା ନେଇଥିବା ବେଳେ ଏହାର ଏକ ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ତେବେ ଅତି ସାଂଘାତିକ ଭାବେ ଟ୍ରୋଲ ହେବା ପରେ ଏବଂ ତାଙ୍କୁ ତାଙ୍କ ବୟସ ପଚରାଯିବାରୁ ସେ ଏହି ଫଟୋ ଡିଲିଟ କରିଥିଲେ । ଅନ୍ୟ ପଟେ ଫଡନାବିସ କହିଛନ୍ତି ତନ୍ମୟ ହେଉଛନ୍ତି ତାଙ୍କ ଦୂର ସମ୍ପର୍କୀୟ ଏବଂ ସେ କେଉଁ ବର୍ଗ ଅଧୀନରେ କରୋନା ଟିକା ପାଇଛନ୍ତି ତାହା ତାଙ୍କୁ ଜଣା ନାହିଁ ।
Powered by Froala Editor