ଆସନ୍ତା କାଲିଠାରୁ ୨୫ ପର୍ୟ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ, କାହିଁକି ଜାଣନ୍ତୁ
କଟକ: ଓଡିଶା ହାଇକୋର୍ଟର ଦୁର୍ଗାପୂଜା ଅବକାଶ । ଆସନ୍ତା କାଲିଠାରୁ ୨୫ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ହାଇକୋର୍ଟ । ଏହି ଅବକାଶ ସମୟରେ ଅକ୍ଟୋବର ୧୧,୧୬,୧୮,୨୧ ଓ ୨୨ ତାରିଖରେ ଅବକାଶ କାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲା ଗୁଡିକର ଶୁଣାଣି କରିବେ।
କୋଭିଡ଼ କଟକଣା ମାନି ସକାଳ ୧୧ ଟାରୁ ଅପରାହ୍ନ ୩ ମଧ୍ୟରେ ଜରୁରୀ ମାମଲା ଗୁଡିକର ଶୁଣାଣି କରାଯିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ଦିନ କେଇଟା ପରେ ଦୁର୍ଗାପୂଜା। କିଭଳି ଭାବରେ ସୁରୁଖୁରୁରେ ଦୁର୍ଗା ପୂଜା ହେବ ସେନେଇ କୋଭିଡ ଗାଇଡଲାଇନ ଜାରି ହୋଇଛି।
Powered by Froala Editor