ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମହଙ୍ଗା ଭତ୍ତା ବୃଦ୍ଧି
ଭୁବନେଶ୍ୱର: ଆଗକୁ ଆସୁଛି ଦଶହରା । ଏହା ପୂର୍ବରୁ ସରକାର ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି । ଜୁଲାଇ ୨୧ରୁ ମହଙ୍ଗା ଭତ୍ତାରେ ୧୧ ପ୍ରତିଶତ ବୃଦ୍ଧି କରାଯାଇଛି ।
ବର୍ତ୍ତମାନ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ବଢି ୨୮ ପ୍ରତିଶତରେ ପହଞ୍ଚିଛି । ଅକ୍ଟୋବର ମାସ ଦରମାରେ ବର୍ଦ୍ଧିତ ଭତ୍ତା ମିଳିବ ।
ଏହା ଦ୍ୱାରା ୪ ଲକ୍ଷ କର୍ମଚାରୀ ଓ ସାଢେ ୩ ଲକ୍ଷ ପେନସନ ଭୋଗୀ ଉପକୃତ ହେବେ ।
Powered by Froala Editor