ଆଜି ଉଦଘାଟିତ ହେବ ଟଏଟ୍ରେନ
ଭୁବନେଶ୍ୱର: ୭୬-ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ସମାରୋହ ଅବସରରେ ଆଜି ଉଦଘାଟିତ ହେବ ଟଏଟ୍ରେନ । ନନ୍ଦନକାନନରେ ଆଜିଠୁ ଚାଲିବ ଟଏଟ୍ରେନ । ୨୦୧୪ମସିହା ଠାରୁ ବନ୍ଦ ପଡିଥିବା ଟଏଟ୍ରେନ ପଯ୍ୟଟକ ମାନଙ୍କ ପାଇଁ ଆଜିଠୁ ପୁଣି ଆରମ୍ଭ ହେଉଛି । ୫-ଟି ବଗି ବିଶିଷ୍ଟ ୭୨-ସିଟରେରେ ପଯ୍ୟଟକମାନେ ୧.୬୨ କି.ମି କୋଡିଏ ମିନିଟ ଭିତରେ ବୁଲିପାରିବେ ।
୨୦୧୧ମସିହା ଠାରୁ ବନ୍ଦ ପଡ଼ିଥିବା ରେପ-ୱେ’ର ଶିଳାନ୍ୟାସ ହେବ । ୧୮ମାସ ଭିତରେ ରୋପୱେ ର କାର୍ୟ୍ୟସାରିବା ପାଇଁ ସମୟସୀମା ଧାର୍ୟ୍ୟ କରାଯାଇଛି । ନନ୍ଦନକାନନରୁ କାଞ୍ଜିଆ ଲେକ୍ ଉପର ଦେଇ ବଟନିକାଲ ଗଡେନ ପର୍ୟ୍ୟନ୍ତ ଯାଇପାରିବେ ପଯ୍ୟଟକ । ଆଜି ଏହି କାର୍ୟ୍ୟକ୍ରମର ଶୁଭ ଉଦ୍ଘାଟନ କରିବେ ମାନ୍ୟବର ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ବିଭାଗ ଅତିରିକ୍ତ ସଚିବ ଡ଼ଃ ମୋନା ଶର୍ମା, ଓଡିଶା ବନସରକ୍ଷକ ଶିଶିର କୁମାର ରଥ, ପି. ସି. ସି ଏଫ ଶଶୀ ପଲ ସମ୍ମାନୀତ ଅତିଥିଭାବେ ଯୋଗଦେବେ ।
Powered by Froala Editor