ମାଟ୍ରିକ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: କରୋନାର ଭୟ ଭିତରେ ଆଜି ଏକ ବଡ଼ ଘୋଷଣା ହୋଇପାରେ । ମାଟ୍ରିକ ପରୀକ୍ଷାକୁ ନେଇ ବଡ଼ ଘୋଷଣା ହୋଇପାରେ । ରାଜ୍ୟରେ ବାତିଲ ହୋଇପାରେ ମାଟ୍ରିକ ପରୀକ୍ଷା । ସିବିଏସସି/ଆଇସିଏସସି ପରେ ରାଜ୍ୟ ବୋର୍ଡ ମାଟ୍ରିକ ପରୀକ୍ଷା ସମ୍ପର୍କରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଆଜି ଦିନ ୧୧ଟାରେ ଏନେଇ ଗଶଶିକ୍ଷାମନ୍ତ୍ରୀ ସମୀର ଦାଶ ବିବୃତ୍ତି ରଖିବେ ବୋଲି ଜଣାଯାଇଛି । ତେବେ ମାଟ୍ରିକ ପରୀକ୍ଷା ନେଇ ସେ କ’ଣ କହୁଛନ୍ତି ତା’ ଉପରେ ସମସ୍ତଙ୍କ ନଜର ରହିଛି ।
ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ସ୍ଥଗିତ କରାଯାଇଛି । କିଛି ଦିନ ପୂର୍ବରୁ ଦଶମ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଗତକାଲି ନବୀନ ନିବାସ ସମ୍ମୁଖରେ ଏବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ପରୀକ୍ଷା ଦ୍ୱନ୍ଦ୍ୱ ଦୂର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବା ପାଇଁ ଛାତ୍ରଛାତ୍ରୀ ପହଞ୍ଚିଥିଲେ । ବର୍ତ୍ତମାନ ସ୍ଥିତିକୁ ଦେଖି ପରୀକ୍ଷା ବାତିଲ ଘୋଷଣା କରିବାକୁ ଦାବି କରିଥିଲେ । ଛାତ୍ରଛାତ୍ରୀମାନେ ଗଣଶିକ୍ଷାମନ୍ତ୍ରୀଙ୍କୁ ବି ଭେଟି ଅନୁରୂପ ଦାବି କରିଥିଲେ । କରୋନା ସମୟରେ ପରୀକ୍ଷା ହେବ କି ନାହିଁ । ଯଦି ହେବ ତେବେ ଅନଲାଇନରେ ହେବ କି ଅଫଲାଇନରେ ହେବ ସେ ସମ୍ପର୍କିତ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଥିଲେ ।
ଗତକାଲି ଆଇସିଏସଇ ଦଶମ ପରୀକ୍ଷା ବାତିଲ କରାଯାଇଥିଲା । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସିଆଇଏସସିଇ ନିଷ୍ପତ୍ତି ବଦଳାଇଥିଲା । ଏପ୍ରିଲ ୧୬ରେ ଆଇସିଏସଇ ଦଶମ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ହୋଇଥିଲା । ନିଷ୍ପତ୍ତି ବଦଳାଇ ସିଆଇଏସସିଇ ପକ୍ଷରୁ ଆଇସିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଥିଲା । ମାତ୍ର ଆଇଏସସି ଦ୍ୱାଦଶ ପରୀକ୍ଷା ସ୍ଥଗିତ ନିଷ୍ପତ୍ତି ଏବେ ବି କାଏମ ରହିଛି ।
Powered by Froala Editor