ପଦାର୍ଥ ବିଜ୍ଞାନରେ ଏହି ତିନିଜଣଙ୍କୁ ମିଳିବ ନୋବେଲ ପୁରସ୍କାର
ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର-୨୦୨୧ ଘୋଷଣା କରାଯାଇଛି । ଚଳିତବର୍ଷ ତିନିଜଣଙ୍କୁ ନୋବେଲ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ଉତ୍କୃଷ୍ଟ ଗବେଷଣା ପାଇଁ ବୈଜ୍ଞାନିକ ସୁୟୋକୁର ମାନବେ, ବୈଜ୍ଞାନିକ କ୍ଲାଓସ ହାସେଲ୍ମାନ ଓ ବୈଜ୍ଞାନିକ ଜିଓର୍ଜିଓ ପାରିସୀଙ୍କୁ ନୋବେଲ ପୁରସ୍କାର ମିଳିବ। ଜଟିଳ ଭୌତିକ ବୈଜ୍ଞାନିକ ପ୍ରଣାଳୀ ଗବେଷଣା ପାଇଁ ଉକ୍ତ ୩ଜଣ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ପ୍ରଦାନ କରିଯିବ। ରୟାଲ ସ୍ୱେଡେସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ଏହି ତିନିଜଣଙ୍କୁ ମନୋନୀତ କରାଯାଇଛି ।
ସୁୟୋକୁର ମାନବେ, କ୍ଲାଓସ ହାସେଲ୍ମାନ କାର୍ବନ ଡାଇଅକ୍ସାଇଡ ସହ ଗ୍ଲୋବାଲ ୱାର୍ମିଙ୍ଗ ବାବଦରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିଥିଲେ । ସେହିପରି ଜିଓର୍ଜିଓ ପାରିସୀ ଅଣୁଠାରୁ ଗ୍ରହ ପର୍ଯ୍ୟନ୍ତ ଭୌତିକ ପ୍ରଣାଳୀରେ ଦ୍ରୁତ ପରିବର୍ତ୍ତନର ଗତି ବାବଦରେ ଗବେଷଣା କରିଛନ୍ତି ।
ସୂଚନା ଥାଉ କି ଗତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଆମେରିକାର ବୈଜ୍ଞାନିକ ଆଣ୍ଡ୍ରେୟା ଗେଜ, ବ୍ରିଟେନର ରୋଜର ପେନ୍ରୋଜ ଏବଂ ଜର୍ମାନୀର ରୀନାର୍ଡ ଗେନଜେଲଙ୍କୁ ପ୍ରଦାନ କରାଯାଇଥିଲା। ବ୍ଲାକ ହୋଲ ଉପରେ ଗବେଷଣା ପାଇଁ ଏହି ତିନିଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା | ଏହି ପୁରସ୍କାର ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ନଗଦ ୧.୧୪ ମିଲିୟନ ଡଲାର ସହିତ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥାଏ |

Powered by Froala Editor