ସଂକ୍ରମଣ ଉପର ମୁହାଁ : ପୁଣେର ୬୧ ଗାଁରେ ଲକ୍ଡାଉନ

ଦେଶରେ ତୃତୀୟ ଲହର ଭୟ ଥିବାବେଳେ ପୁଣି ସଂକ୍ରମଣ ଉପର ମୁହାଁ ହେଲାଣି । କିଛି ସ୍ଥାନରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ପ୍ରଶାସନ ମହାରାଷ୍ଟ୍ର ପୁଣେ ନିକଟବର୍ତ୍ତୀ ୬୧ଟି ଗାଁରେ ଲକଡାଉନ୍ ଲଗାଯାଇଛି । ଜିଲ୍ଲପାଳ ଆଦେଶ ଜାରି କରି କହିଛନ୍ତି ଯେ, କିଛିଦିନ ମଧ୍ୟରେ ୫୦୦ରୁ ୮୦୦ କେସ୍ ଆସୁଛି । ପଜିଟିଭିଟି ରେଟ୍ ୫ ପ୍ରତିଶତରେ ପହଁଚିଛି । ୧୦ରୁ ଅଧିକ ଆକ୍ଟିଭ୍ କେସ୍ ଥିବା ଗାଁରେ କଟକଣା ଲାଗୁ କରାଯାଇଛି । ଏପରି ଭାବେ ୧୧ ତହସିଲର ୬୧ ଗାଁରେ କଟକଣା ରହିବ ।
ଅହମ୍ମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଅକୋଲେ, କରଢ୍ଜତ, କୋପରଗାଁ, ନେବାସା, ପାରନେର, ପାଥରଡୀ, ରହାଟା, ସଙ୍ଗମନେର, ଶେବଗାଁ, ଶ୍ରୀଗୋଡା ଓ ଶ୍ରୀରାମପୁର ତହସିଲରେ ଅନେକ ଗ୍ରାମରେ କଟକଣା ଲାଗିଛି । କଟକଣା ବେଳେ କେବଳ ମେଡିକାଲ ଷ୍ଟୋର, କ୍ଲିନିକ ଓ ଡାଏଗ୍ନୋଷ୍ଟିକ୍ ଲ୍ୟାବ୍ ଖୋଲା ରହିବ । ଏହାକୁ ନଜରରେ ରଖି ପ୍ରଶାସନ ଅକ୍ଟୋବର ୧୩ ତାରିଖ ଯାଏଁ ଏଠାରେ ଲକଡାଉନ୍ ଭଳି କଟକଣା ଜାରି କରିଛି । ଏହାବ୍ୟତୀତ ସବୁ ଦୋକାନ ୧୩ ତାରିଖ ଯାଏଁ ବନ୍ଦ ରହିବ । ଏପରିକି ୫ଜଣ ଏକାଠି ଛିଡା ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏହାସହ ସକାଳ ୮ଟାରୁ ୧୧ ଯାଏଁ ପନିପରିବା ଓ ରାସନ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
Powered by Froala Editor