ଏଲ୍ଏସିରେ କେ-୯ ବଜ୍ର ମୁତୟନ କଲା ଭାରତ, ୫୦ କି.ମି ଦୂରରୁ ଲକ୍ଷ୍ୟଭେଦ କ୍ଷମତା
ଭାରତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ କେ-୯ ବଜ୍ର ହାୱିଜର କମାଣ ମୁତୟନ କରିଛି । କେ-୯ ବଜ୍ର ହେଉଛି କେ-୯ ଥଣ୍ଡରର ଏକ ସ୍ୱଦେଶୀ ସଂସ୍କରଣ ଏବଂ ଏହା ୫୦ କିଲୋମିଟର ଦୂରରୁ ଶତ୍ରୁପକ୍ଷର ଲକ୍ଷ୍ୟଭେଦ କରିପାରିବ । ଏଲ ଆଣ୍ଡ ଟି ଦ୍ୱାରା ଏହି କମାଣ ତିଆରି କରାଯାଇଛି ଏବଂ ଦକ୍ଷିଣ କୋରିଆର ପ୍ରମୁଖ ପ୍ରତିରକ୍ଷା ସଂସ୍ଥା ହାନୱା ଡିଫେନ୍ସର ପ୍ରଯୁକ୍ତିକୁ ଏଥିରେ ବ୍ୟବହାର କରାଯାଇଛି । ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରବାଣେ କହିଛନ୍ତି ଯେ, ଏହି କମାଣ ଉଚ୍ଚ ଅକ୍ଷାଂଶରେ ମଧ୍ୟ କାର୍ଯ୍ୟ କରିପାରିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ୧୦୦ଟି କେ-୯ ବଜ୍ର ପାଇଁ ଅର୍ଡର ଦେଇଥିବାବେଳେ ତାକୁ ୫୧ଟି କମାଣ ଧାର୍ଯ୍ୟ ସମୟ ପୂର୍ବରୁ ଯୋଗାଇ ଦିଆଯାଇଛି । ଏଥିସହିତ ଭାରତୀୟ ସେନା ପକ୍ଷରୁ ଲଦାଖରେ ଟି-୯୦ ଟ୍ୟାଙ୍କ ମଧ୍ୟ ମୁତୟନ କରାଯାଇଛି ।
Powered by Froala Editor