ଏଲଜେପିର ଦଳୀୟ ଚିହ୍ନ ସ୍ଥଗିତ ରଖିଲେ ନିର୍ବାଚନ ଆୟୋଗ
ଲୋକ ଜନଶକ୍ତି ପାର୍ଟିରେ ପୁତୁରା ଚିରାଗ ପାଶୱାନ ଏବଂ କକା ପଶୁପତି ପାରସଙ୍କ ବିବାଦର ସମାଧାନ ହୋଇପାରୁ ନଥିବାରୁ ନିର୍ବାଚନୀ ଚିହ୍ନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ। ଶେଷ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏବେ ୨ଟି ଖାଲି ପଡିଥିବା ଆସନ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ଇସିଙ୍କ ନିଷ୍ପତି ଏଲଜେପିକୁ ହରଡଘଣାରେ ପକାଇ ଦେଇଛି ।
ବିହାରର ଖାଲି ପଡ଼ିଥିବା ଦୁଇଟି ଆସନରେ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ନିର୍ବାଚନ ଆୟୋଗ ଏଭଳି ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୩୦ରେ ହେବାକୁ ଥିବା ବିହାର ବିଧାନସଭା ଉପନିର୍ବାଚନ ପାଇଁ ଚିରାଗ ପାଶୱାନ୍ ଦଳର ନିର୍ବାଚନ ପ୍ରତୀକ ଉପରେ ନିଜର ଅଧିକାର ଦାବି କରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦଳୀୟ ଚିହ୍ନକୁ ନେଇ କୌଣସି ସମାଧାନର ବାଟ ବାହାରି ନପାରିବାରୁ ନିର୍ବାଚନ ଆୟୋଗ ପାର୍ଟିର ନିର୍ବାଚନୀ ଚିହ୍ନକୁ ସ୍ଥଗିତ ରଖିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁନରେ ୫ଜଣ ଏମପି ଚିରାଗଙ୍କଠାରୁ ଅଲଗା ହୋଇ ପଶୁପତି କ୍ୟାମ୍ପରେ ସାମିଲ ହୋଇଥିଲେ । ପରେ ପଶୁପତି ନିଜକୁ ଦଳର ଅଧ୍ୟକ୍ଷ ଘୋଷଣା କରିଥିଲେ ।
Powered by Froala Editor