ଏଣିକି ବ୍ରିଟେନ ନାଗରିକ ଭାରତ ଆସିଲେ ୧୦ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ବ୍ରିଟେନ ଜବାବ ଦେଇଛି ଭାରତ। ବ୍ରିଟେନ ଯେମିତି ଭାରତ ପାଇଁ ନିୟମ କରିଥିଲା ଭାରତ ବି ବ୍ରିଟେନ ପାଇଁ ଅନୁରୂପ ନିୟମ କରିଛି। ଏଣିକି ବ୍ରିଟେନ କୌଣସି ନାଗରିକ ଭାରତ ଆସିଲେ ସେମାନେ ୧୦ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟିନରେ ରହିବେ। ଆଗାମୀ ଅକ୍ଟୋବର ୪ ତାରିଖରୁ ଭାରତ ଆସୁଥିବା ସମସ୍ତ ବ୍ରିଟେନ ନାଗରିକଙ୍କ ପାଇଁ ଏହି ନିୟମ ଲାଗୁ ହେବ। ବିମାନ ବନ୍ଦରରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ ସେମାନେ କୋଭିଡ ଆରଟିପିସିଆର ଟେଷ୍ଟ କରିଥିବେ ଏବଂ ୨ଟି ଯାକ ଡୋଜ ଟିକା ନେଇଥିବା ସୁଦ୍ଧା ସେମାନେ ପହଞ୍ଚିବା ମାତ୍ରେ ୧୦ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟିନରେ ରହିବେ। ଭାରତରେ ପହଞ୍ଚିବା ପରେ ବିମାନ ବନ୍ଦରରେ ପୁଣି ଥରେ ଆରଟିପିସିଆର ଟେଷ୍ଟ ଏବଂ ଅଷ୍ଟମ ଦିନରେ ପୁଣିଥରେ ଆରଟିପିସିଆର ଟେଷ୍ଟ କରିବେ । ଗୃହ ମନ୍ତ୍ରାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ନୂଆ ନିୟମ କାର୍ଯ୍ୟକାରୀ କରିବେ। ଉଲ୍ଲେଖଯୋଗ୍ୟ, ବ୍ରିଟେନ ଗତ ମାସରେ ନୂଆ ଭ୍ରମଣ ନୀତି ଲାଗୁଥିଲେ। ବ୍ରିଟେନ ଏହି ନୂଆ ନୀତି ଅନୁସାରେ ଅନ୍ୟ ରାଷ୍ଟ୍ରର ନାଗରିକମାନେ ଡବଲ ଡୋଜ ଟିକା ନେଇଥିଲେ ବି ବ୍ରିଟେନ ପହଞ୍ଚିବା ପରେ ୧୦ ଦିନ କ୍ୱାରାଣ୍ଟିନରେ ରହିବେ । ଭାରତ ଏହାକୁ କଡ଼ା ବିରୋଧ କରିଥିଲା।
Powered by Froala Editor