ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ:ଆଜି ଗାନ୍ଧୀ ଜୟନ୍ତୀ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ ପାଳୁଛି ସାରା ଦେଶ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ।
ଏହାସହ ମୋଦି ଟ୍ୱିଟ କରି ଲେଖିଛନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ନମ୍ର ଶ୍ରଦ୍ଧାଞ୍ଜଳି । ପୂଜ୍ୟ ବାପୁଙ୍କ ଜୀବନୀ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢୀକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ।
ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କ ପ୍ରବେଶ ଭାରତ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ଏହି ସଂଗ୍ରାମରେ ସେ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ସତ୍ୟାଗ୍ରହର ପ୍ରବର୍ତ୍ତନ କରିଥିଲେ । ନୋବେଲ ଶାନ୍ତି ପୁରସ୍କାର ପାଇଁ ଗାନ୍ଧୀଙ୍କୁ ୫ ଥର ଚୟନ କରାଯାଇଥିଲା । ୪ ଦେଶ ଓ ୪ ମହାଦେଶରେ ନାଗରିକ ଅଧିକାର ପାଇଁ ସେ ଲଢ଼ିଥିଲେ । ସହିଦ ହେବାର ୨୧ ବର୍ଷ ପରେ ଗାନ୍ଧୀଜୀଙ୍କ ସମ୍ମାନାର୍ଥେ ଗ୍ରେଟ ବ୍ରିଟେନ ପକ୍ଷରୁ ଡାକ ଟିକେଟ ପ୍ରଚଳନ ଆରମ୍ଭ ହୋଇଥିଲା ।
Powered by Froala Editor