ସେପ୍ଟେମ୍ବରରେ ୧.୧୭ ଲକ୍ଷ କୋଟି GST ଆଦାୟ
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ମହାମାରୀ ଭଳି ଘୋର ବିପତ୍ତିର ସାମ୍ନା କରିଥିଲା ଦେଶ । ବାଣିଜ୍ୟ ବ୍ୟବସାୟ ସବୁ ଗୁରୁତର ପ୍ରଭାବିତ ହେବା ସହ ଭାରତର ଅର୍ଥନୈତିକ ସ୍ଥିତି ଦୋହଲି ଯାଇଥିଲା । ହେଲେ ବର୍ତ୍ତମାନ କୋରୋନା ପ୍ରଭାବ ହ୍ରାସ ସହ ଅର୍ଥନୈତିକ ପୁନରୁଦ୍ଧାର ହେଉଛି । ଅଗଷ୍ଟ ମାସରେ ଦ୍ରବ୍ୟ ଓ ସେବା କର( GST) ସଂଗ୍ରହ ୧.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଥିବାବେଳେ ସେପ୍ଟେମ୍ବରରେ ମଧ୍ୟ ଉଚ୍ଚ ସ୍ତରରେ ରହିଛି GST ରାଜସ୍ବ ସଂଗ୍ରହ ।
ଆର୍ଥିକ ମନ୍ତ୍ରଣାଳୟର ସୂଚନା ମୁତାବକ, ସେପ୍ଟେମ୍ବରରେ ସରକାରଙ୍କୁ ମୋଟ ୧.୧୭ ଲକ୍ଷ କୋଟି ଟଙ୍କାର GSTମିଳିଛି । ଲଗାତାର ତିନି ମାସ ଧରି ଦେଶର GST ଆଦାୟ ୧ ଲକ୍ଷ ପାର୍ କରୁଛି । ଅଗଷ୍ଟରେ ୧.୧୨ ଲକ୍ଷ କୋଟି ଜିଏସଟି ସଂଗ୍ରହ ହୋଇଥିବାବେଳେ ଜୁଲାଇରେ ଏହା ୧.୧୬ ଲକ୍ଷ କୋଟି ଥିଲା । ଏହା ପୂର୍ବରୁ ଜୁନରେ ମୋଟ ୯୨, ୮୪୯ କୋଟି ଟଙ୍କା ଆଦାୟ କରାଯାଇଥିଲା ।ଗତ ବର୍ଷର ସମାନ ମାସରେ ଜିଏସଟି ସଂଗ୍ରହ ହାର ସହ ଚଳିତ ବର୍ଷର ପରିମାଣ ତୁଳନା କଲେ ଜିଏସଟି କଲେକ୍ସନ ୨୦୨୦ ସେପ୍ଟେମ୍ବର ତୁଳନାରେ ୨୩% ଓ ୨୦୧୯ ସେପ୍ଟେମ୍ବର ମାସ ତୁଳନାରେ ୨୭% ଅଧିକ ଅଟେ ।ଅର୍ଥ ମନ୍ତ୍ରଣାଳୟ ସେପ୍ଟେମ୍ବରର ଜିଏସଟି ସଂଗ୍ରହ ତଥ୍ୟ ସହ ଅଗଷ୍ଟର ଇ-ୱେ ତଥ୍ୟ ମଧ୍ୟ ଜାରି କରିଛି । ଯେଉଁଥିରୁ ଅଗଷ୍ଟରେ ୬.୫୮ କୋଟି ଇ-ୱେ ବିଲ୍ ସୃଷ୍ଟି ହୋଇଥିବା ଜଣାପଡିଛି ।
Powered by Froala Editor