ବିଦ୍ୟୁତ୍ ସଙ୍କଟ: ଉତ୍ପାଦନ ବନ୍ଦ କଲେ ୧୫ ଚାଇନିଜ୍ କମ୍ପାନୀ
ଚୀନ ଉପରେ ଗୋଟିଏ ପରେ ଗୋଟିଏ ସଙ୍କଟ ଲାଗି ରହିଛି । କରୋନା ପରିସ୍ଥିତିରୁ ଟିକେ ମୁକ୍ତି ପାଇବା ପରେ ଏବେ ବିଦ୍ୟୁତ ସଙ୍କଟ ଲାଗି ରହିଛି । ଯେଉଁଥିପାଇଁ କାରଖାନା, ମଲ୍, ଦୋକାନ ବନ୍ଦ ରହିଛି । ପ୍ରାୟ ୧୫ଟି ଚାଇନିଜ୍ କମ୍ପାନୀ ସୂଚନା ଦେଇଛନ୍ତି ଯେ ସେମାନଙ୍କର ଉତ୍ପାଦନ ବନ୍ଦ ହୋଇଯାଇଥିବାବେଳେ ତାଲିକାଭୁକ୍ତ ୩୦ ଟି ତାଇୱାନ କମ୍ପାନୀ ବିଦ୍ୟୁତ୍ ସଙ୍କଟ କାରଣରୁ ଉତ୍ପାଦନ ବନ୍ଦ କରି ଦେଇଛନ୍ତି ।
କୋଇଲା ଯୋଗାଣରେ ସମସ୍ୟା ଯୋଗୁଁ ଚୀନ ଉତ୍ତର-ପୂର୍ବ ଅଞ୍ଚଳରେ ଏଭଳି ବିଦ୍ୟୁତ ସଙ୍କଟ ଲାଗି ରହିଥିବା ଜଣାପଡିଛି । କୋଇଲା ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି । ଏପରି ପରିସ୍ଥିତିରେ ବିଦ୍ୟୁତ୍ ସଙ୍କଟ ଦେଖାଦେଇଛି ।
ଗତ ସପ୍ତାହରେ ଚାଙ୍ଗଚୁନ୍ ଅଞ୍ଚଳରେ ବିଦ୍ୟୁତ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା । ଯାହାଫଳରେ ଘର ଏବଂ କାରଖାନା ସମାନ ଶକ୍ତି ମିଳିପାରିବ । କିନ୍ତୁ ଏଠାରେ ବାସ କରୁଥିବା ଲୋକମାନେ କୁହନ୍ତି ଶକ୍ତି ଦୀର୍ଘ ସମୟ ଧରି ବିଦ୍ୟୁତ କଟ୍ ହେଉଛି ।
ଚୀନ୍ର ଏହି ଅଞ୍ଚଳରେ ଶୀତ ମଧ୍ୟ ପ୍ରବଳ ଜୋରରେ ହୋଇଥାଏ । ତେଣୁ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇବା ପ୍ରଶାସନ ସମ୍ମୁଖରେ ଚାଲେଞ୍ଜ ପାଲଟିଛି । ଏହି ଅଞ୍ଚଳର ହୁଲୁଦାଓର ଲୋକଙ୍କୁ ଭାରୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବହାର ନକରିବାକୁ କୁହାଯାଇଛି, ଏପରିକି ଲୋକଙ୍କୁ ଗରମ ପାଣିରୁ ଦୂରେଇ ରହିବାକୁ କୁହାଯାଇଛି ।
Powered by Froala Editor