ଦେଶବାସୀଙ୍କୁ ଭୂତାଣୁ ବିରୋଧରେ ଲଢିବା ପାଇଁ ପରାମର୍ଶ ଦେଲେ ଜୋ ବାଇଡେନ
![ଦେଶବାସୀଙ୍କୁ ଭୂତାଣୁ ବିରୋଧରେ ଲଢିବା ପାଇଁ ପରାମର୍ଶ ଦେଲେ ଜୋ ବାଇଡେନ](https://odishanewslens.com/news_gallery/6482_1632809582.jpg)
ୱାଶିଂଟନ: କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଥିବା ବେଳେ ତୃତୀୟ ଲହରକୁ ନେଇ ସମସ୍ତଙ୍କ ଚିନ୍ତା । ଏହାରି ଭିତରେ କରୋନାର ନୂଆ ଆର-୧ ଭାରିଆଣ୍ଟ କେସ ଆମେରିକାରେ ବୃଦ୍ଧି ପାଉଥିବାରୁ, ଏନେଇ ଚିନ୍ତାରେ ଆମେରିକା । ଏହା ସହିତ ଆମେରିକା ପ୍ରଶାସନ ପକ୍ଷରୁ ବୟସ୍କ ବ୍ୟକ୍ତି ମାନଙ୍କ ଠାରେ ଅଧିକ ପରିମାଣରେ ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ, ସେମାନଙ୍କୁ ଫାଇଜର ଟିକାର ବୁଷ୍ଟର ଡୋଜ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି ପରିପ୍ରେକ୍ଷିରେ ଗତକାଲି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଫାଇଜେର ଟିକାର ବୁଷ୍ଟର ଡୋଜ ନେଇ ଦେଶବାସୀଙ୍କୁ ଭୂତାଣୁ ବିରୋଧରେ ଲଢିବା ପାଇଁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି । ଏହି ବୁଷ୍ଟର ଡୋଜ୍ ନେଲାପରେ କରୋନା ଚେନ୍ କିଛିକାଂଶରେ ବ୍ରେକ୍ ଲାଗିପାରିବ ବୋଲି କହିଛନ୍ତି ।
ଆମେରିକାର ଗୋଟିଏ ଅଂଶର ଲୋକେ ଟିକା ନେବାରେ ବାଧା ସୃଷ୍ଟି କରୁଛନ୍ତି । କରୋନାର ଗୋଟିଏ ଡୋଜ୍ ନେବା ପାଇଁ ବି ମନା କରୁଛନ୍ତି । ଯାହା ଫଳରେ ଦେଶରେ ଘାତକ ଡେଲଟା ଭାଇରସ ବ୍ୟାପିପାରେ । ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଆମେରିକୀୟ ଟିକା ନେଇ ସାରିଲେଣି, ଯାହାକି ପର୍ଯ୍ୟାପ୍ତ ନୁହଁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଏବେ ବି ଏକ ଚତୁର୍ଥାଂଶ ଟିକା ନେବାକୁ ମନା କରୁଛନ୍ତି ବୋଲି ବାଇଡେନ କହିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ପ୍ରଥମ ଡୋଜ୍ ଗତବର୍ଷ ଡିସେମ୍ବର ୨୧ ତାରିଖରେ ନେଇଥିଲେ । ତୃତୀୟ ସପ୍ତାହ ପରେ ଜାନୁଆରୀ ୧୧ରେ ସେ ଦ୍ୱିତୀୟ ଡୋଜ୍ ନେଇଥିଲେ ।
Powered by Froala Editor