ମହାରାଷ୍ଟ୍ରରେ ସ୍ଥିତି ଭୟଙ୍କର, ପ୍ରତି ଘଣ୍ଟାରେ ୨ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ
ମୁମ୍ବାଇ: ଦେଶରେ ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଦ୍ୱିତୀୟ ଲହର ସଂକ୍ରମଣ ଅଧିକ ଭୟଙ୍କର ହୋଇଛି । ଏହି ରାଜ୍ୟରେ ପ୍ରତି ଘଣ୍ଟାକରେ ୨ ହଜାରରୁ ଅଧିକ ଲୋକ କରୋନା ସଂକ୍ରମିତ ହେଉଛନ୍ତି ଏବଂ ପ୍ରତି ୩ ମିନିଟରେ ଜଣଙ୍କର ମୃତୁ୍ୟ ହେଉଛି । ତଥ୍ୟ ଅନୁଶୀଳନରୁ ଏହା ଜଣାପଡ଼ିଛି ଯେ ମହାରାଷ୍ଟ୍ରରେ ପ୍ରତି ୧ ଘଣ୍ଟାରେ ହାରାହାରି ୨,୮୫୯ ଜଣ କରୋନା ସଂକ୍ରମିତ ହେଉଛନ୍ତି । ରବିବାର ମହାରାଷ୍ଟ୍ରରେ ୬୮,୬୩୧ ନୂଆ ସଂକ୍ରମଣ ଚିହ୍ନଟ ହୋଇଛି ଏବଂ ୫୦୩ ଜଣଙ୍କର ମୃତୁ୍ୟ ହୋଇଛି । ପ୍ରଥମ ଥର ପାଇଁ ରାଜ୍ୟରେ ଏତେ ସଂଖ୍ୟକ ସଂକ୍ରମଣ ମାମଲା ରହିଛି । ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିଯିବାରୁ ରାଜ୍ୟରେ ଏବେ କଡ଼ା କଟକଣା ଲାଗୁ କରାଯାଇଛି । ରାଜ୍ୟରେ ୧୪୪ ଜାରି ହୋଇଛି ।
Powered by Froala Editor