ବଡ ଧରଣର ବିସ୍ଫୋରଣ, ଉଡିଗଲା ବଳଙ୍ଗା ଥାନା
ପୁରୀ: ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଥାନାରେ ଥିବା ମାଲଗୋଦାମ ଗୃହରେ ହୋଇଛି ଏହି ବଡ଼ଧରଣର ବିସ୍ଫୋରଣ । ଏଠାରେ ପୋଲିସ ଜବତ କରିଥିବା କିଛି ବିସ୍ଫାରକ ସାମଗ୍ରୀ ରଖାଯାଇଥିଲା । ତେବେ ଏହି ବିସ୍ଫୋରଣରେ ସୌଭାଗ୍ୟେବଶତଃ ଥାନାରେ କେହି ମୃତାହତ ଆହତ ହୋଇନଥିବା ସୂଚନା ମିଳିଛି । ଏଭଳି ବଡ ଧରଣର ଶବ୍ଦ ଶୁଣବା ପରେ ପାଖରେ ଥିବା ଲୋକେ ଖୁବ ଭୟଭୀତ ହୋଇଯାଇଥିଲେ । ଏହାପରେ ଥାନାରେ ଏଭଳି ଘଟଣା ଘଟିଛି ବୋଲି ଜଣା ପଡିଥିଲା । ଏଥିରେ ଥାନାର ବ୍ୟାପକ କ୍ଷୟକ୍ଷତି ହୋଇଛି । ଥାନାର କାନ ଭୁଶୁଡିବା ସହିତ ଛାତ ମଧ୍ୟ ଭାଙ୍ଗି ପଡିଛି । ଅଫିସ ଗୃହ ସମ୍ପୂର୍ଣ୍ଣ ନଷ୍ଟ ହେବା ସହ ଆସବାବପତ୍ର ଓ ଇଲେକ୍ଟ୍ରୋନିକ୍ସ୍ ଜିନିଷ ନଷ୍ଟ ହୋଇଯାଇଛି । ମାଲଖାନାରେ ଥିବା ସେଣ୍ଟ୍ରି ଓ କର୍ମଚାରୀ ଅଳ୍ପକେ ବତର୍ତ୍ତି ଯାଇଛନ୍ତି । ଏହାପରେ ପୁରୀ ଜିଲ୍ଲା ଏସ୍ପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ଓ ଆଜି ସାଇଣ୍ଟିଫିକ୍ ଟିମ୍ ଆସି ବିସ୍ଫୋରକ ସାମଗ୍ରୀର ପରୀକ୍ଷା କଲାପରେ ଘଟଣାର ପ୍ରକୃତ ସତ୍ୟତା ଜଣାପଡିବ ବୋଲି କୁହାଯାଇଛି ।
Powered by Froala Editor