ଖବର ପ୍ରସାରଣରେ ଅଙ୍କୁଶ ଲଗାଇଲା ତାଲିବାନ, କେଉଁ ଖବର ପ୍ରକାଶ ପାଇବ ତାଲିବାନ ନେବ ନିଷ୍ପତ୍ତି
କାବୁଲ: ଆଫଗାନିସ୍ତାନରେ ଗଣମାଧ୍ୟମକୁ ନିୟନ୍ତ୍ରଣ ତଥା ଏହାର ସ୍ୱାଧୀନତା କ୍ଷୁଣ୍ଣ କରିବା ପାଇଁ ତାଲିବାନ ଶାସକ ୧୧ଟି ନୂଆ ନିୟମ ପ୍ରବର୍ତ୍ତନ କରିଛି । ସାମ୍ବାଦିକଙ୍କୁ ଗୁଇନ୍ଦା ଦର୍ଶାଇ ହତ୍ୟା କରୁଥିବା ତାଲିବାନ ପୂର୍ବରୁ ଗଣମାଧ୍ୟମ କାର୍ଯ୍ୟାଳୟକୁ ଦଖଲ କରିଥିବାର ଖବର ତଥା ଦୃଶ୍ୟ ପରିବେଷିତ ହୋଇଥିଲା । ଏବେ ଖବର ପ୍ରସାରଣ ଉପରେ ଅଙ୍କୁଶ ଲଗାଇଛି । କେଉଁ ଖବର ପ୍ରକାଶ ପାଇବ ତାହା ତାଲିବାନ ନିଷ୍ପତ୍ତି ନେବ । ବିଶେଷ କରି ଇସଲାମ ତଥା ଜାତୀୟସ୍ତରରେ ବ୍ୟକ୍ତିଙ୍କୁ ଅପମାନ ହେବା ଭଳି କୌଣସି ଖବର ପ୍ରକାଶ ପାଇବ ନାହିଁ ବୋଲି ତାଲିବାନ ସ୍ପଷ୍ଟ କରିଛି । ଏହି ପରିପ୍ରେକ୍ଷୀରେ ସରକାରୀ ସୂଚନା କାର୍ଯ୍ୟାଳୟ ସହିତ ଯୋଗାଯୋଗ ପୂର୍ବକ ଏବଂ ସରକାର ଚାହିଁବା ମୁତାବକ ଖବର ଉପସ୍ଥାପନ ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ତାଲିବାନ ନିଦେ୍ର୍ଧଶ ଦେଇଛି । ଏହାକୁ ନେଇ ଆଫଗାନିସ୍ତାନରେ କାର୍ଯ୍ୟରତ ଗଣମାଧ୍ୟମ ସଂସ୍ଥାର ଏହାର ପ୍ରତିନିଧିମାନେ ବିବ୍ରତ ହୋଇପଡ଼ିଛନ୍ତି ।
Powered by Froala Editor