ବିଜେପି ଅଫିସ ଉପରେ ହେଲା ବୋମାମାଡ
ପିପିଲି : ପୁରୀ ଜିଲ୍ଲା ସାତଶଂଖସ୍ଥିତ ଭାରତୀୟ ଜନତା ପାର୍ଟି ଅଫିସ ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ଗୋଟାଏ ବେଳେ ବିଜେପି ଅଫିସ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିଲା । ତେବେ ଏଥିରେ କେହି ମୃତାହତ ହୋଇ ନଥିବାବେଳେ ଅଫିସ ବାହାରେ ନିର୍ମାଣ କରାଯାଇଥିବା ଏକ ତମ୍ବୁ କ୍ଷତିଗ୍ରସ୍ତ ହୋଇଛି । ବୋମାମାଡ଼ ଶବ୍ଦ ଶୁଣି ନିକଟରେ ଥିବା ଏକ ଘରେ ଶୋଇଥିବା ଲୋକେ ଉଠି ପୁଲିସକୁ ଖବର ଦେଇଥିଲେ । ପିପିଲି ଥାନା ପୁଲିସ ସେଠାରେ ପହଞ୍ଚି ବୋମାମାଡ଼ରେ ବ୍ୟବହୃତ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ କରିଛି । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
Powered by Froala Editor