ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ, ଫୋକସରେ ଏହି ସବୁ ପ୍ରସଙ୍ଗ
ନୂଆଦିଲ୍ଲୀ : ମାଓ ମୁକାବିଲା ସଂପର୍କରେ ନୂଆଦିଲ୍ଲୀରେ ରବିବାର ଦିନ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ । ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସଡ଼କପଥ, ରେଳପଥ, ଟେଲିକମ, ମୋବାଇଲ ନେଟୱାର୍କ ଓ ବ୍ୟାଙ୍କିଙ୍ଗ ସୁବିଧାର ବିକାଶ ପାଇଁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ । ଏହା ଉପରେ ବିଚାର କରି ଆବଶ୍ୟକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ୫ଟି ପ୍ରସ୍ତାବ ମଧ୍ୟରେ ରହିଛି: ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଏନଏଚ-୩୨୬କୁ ଚାରି ଲେନ ବିଶିଷ୍ଟ କରିବା । ଏହା ପୂର୍ବ ଭାରତ, ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟରୁ ଦକ୍ଷିଣକୁ ବିଶେଷ କରି ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଯୋଡ଼ିବ । ଏହା ଯାତ୍ରା ସମୟକୁ ହ୍ରାସ କରିବା ସହିତ ଏହି ଅଞ୍ଚଳର ଅର୍ଥନୈତିକ ବିକାଶ ଦିଗରେ ସହାୟକ ହେବ । ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ରେଳ ଭିତ୍ତିଭୂମି ସ୍ଥାପନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । କହିଥିଲେ ଯେ ରେଳ ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ମଧ୍ୟରେ ରେଳପଥ ନିର୍ମାଣ ଚାଲିଛି ।
Powered by Froala Editor