ରାଜନୀତି ଛାଡିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ
ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି । ଶର୍ମିିଷ୍ଠା ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଉଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କେହି ଯଦି ଦେଶର ସେବା କରିବାକୁ ଚାହିଁବ ତେବେ ସେ ଅନ୍ୟ ମାଧ୍ୟମରେ ବି କରିପାରିବ । ବର୍ତ୍ତମାନ ଯେଭଳି ରାଜନୀତି ଚାଲିଛି ତାହା ମୋ ପାଇଁ ପ୍ରଯୁଜ୍ୟ ନୁହେଁ । ମୁଁ ଅନ୍ୟ କାମରେ ବ୍ୟସ୍ତ ରହୁଥିବାରୁ ସଂଗଠନ ପାଇଁ ସମୟ ଦେଇପାରୁ ନାହିଁ । ଶର୍ମିଷ୍ଠା କହିଛନ୍ତି କି, ବିଶେଷ ଭାବେ ବିରୋଧ ରାଜନୀତି କରିବାକୁ ବହୁତ ଭୋକର ଆବଶ୍ୟକତା ରହିଛି, ହେଲେ ମୁଁ ଅନୁଭବ କରୁଛି କି ମୋ ଭିତରେ ସେଭଳି ଭୋକ ନାହିଁ । ଏଣୁ ସକ୍ରିୟ ରାଜନୀତିରେ ମୋର ରହିବାର ମାନେ କିଛି ନାହିଁ ବୋଲି ସେ କହିଛନ୍ତି ।
ପ୍ରଣବ ମୁଖାର୍ଜୀ କଂଗ୍ରେସରେ ଜଣେ ବରିଷ୍ଠ ନେତା ଭାବେ ପ୍ରାୟ ୫ ଦଶନ୍ଧି ଧରି କାମ କରିଥିଲେ । ଏହାସହ ୨୦୦୦ ରୁ ୨୦୦୪ ମଧ୍ୟରେ ଯେତେବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ବି ପ୍ରଧାନମନ୍ତ୍ରୀ ପାଇଁ ପ୍ରଣବ ମୁଖାର୍ଜୀଙ୍କ ନାଁକୁ ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଦଳ ତାଙ୍କୁ ରାଷ୍ଟ୍ରପତି ଆସନରେ ବସିବାର ସୁଯୋଗ ଦେଇଥିଲା ।
Powered by Froala Editor