ଚିନ୍ତା ବଢଇଲାଣି କରୋନାର ବିପଦଜ୍ଜକ ଆର-୧ ଭାରିଆଣ୍ଟ
ୱାଶିଂଟନ: କରୋନାର ଦ୍ୱତୀୟ ଲହର ନଯାଉଣୁ, ଚିନ୍ତା ବଢଇଲାଣି କରୋନାର ବିପଦଜ୍ଜକ ଆର-୧ ଭାରିଆଣ୍ଟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ଭାରିଆଣ୍ଟ ଅଫ କମନ୍ସ୍ ବୋଲି ଘୋଷଣା କରାଯାଇଛି । ଏହା ଆମେରିକାରେ ତୀବ୍ର ମାତ୍ରାରେ ବଢୁଥିବାରୁ ଚିନ୍ତାରେ ରାଷ୍ଟ୍ରପତି ଜୋ ବାଇଡେନ୍ । ବାଇଡେନ୍ ପ୍ରଶାସନ ପକ୍ଷରୁ ପୁଣି କରୋନା ଟିକାର ଦୁଇଟି ଡୋଜ୍ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଏହା ସହିତ ବୟସ୍କ ବ୍ୟକ୍ତି ମାନଙ୍କୁ ବୁଷ୍ଟର ଡୋଜ ଦେବାକୁ ନିଷ୍ପତ୍ତି ନେଇଛି ଆମେରିକା । ସୂଚନା ଅନୁସାରେ ନୂଆ ଭାରିଆଣ୍ଟ ଦ୍ୱାରା ବର୍ତ୍ତମାନ ସୁଦ୍ଧା ପୃଥିବୀର ୧୦,୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ଇତିମଧ୍ୟରେ ଏହି ଭାରିଆଣ୍ଟ ସଂକ୍ରମଣ ୩୫ଟି ଦେଶରେ ହେଇଛି । ତେଣୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ।
Powered by Froala Editor