ଆପ୍ରେ ମିଶିବେ ସୋନୁ !
ସୋନୁ ସୁଦ ନିଜ ଉଦାରତା ପାଇଁ ଏବେ ସବୁଠି ପରିଚିତ । ତେବେ ଶୁଣିବାକୁ ମିଳିଛି ଯେ, ସେ ଖୁବ୍ଶୀଘ୍ର ଆମ ଆଦମୀ ପାର୍ଟି (ଆପ୍)ରେ ଯୋଗ ଦେଇପାରନ୍ତି । ଦିଲ୍ଲୀର ଏକ କାର୍ଯ୍ୟାଳୟରେ ସଦସ୍ୟତା ସମ୍ପର୍କରେ ଆପ୍ କାର୍ଯ୍ୟାଳୟରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ତାପୂୂର୍ବରୁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ।
ସୂଚନା ଅନୁଯାୟୀ, ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ 'ଦେଶ୍ କେ ମେଣ୍ଟର’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ର କରିଥିଲା। ସୋନୁ ଏବଂ କେଜ୍ରିୱାଲଙ୍କ ମଧ୍ୟରେ ଏହାର ଗୋଟିଏ ଦିନ ପୂର୍ବରୁ ସାକ୍ଷାତ ଆଲୋଚନା ହୋଇଥିଲା। ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ସୋନୁଙ୍କର ଅନେକ କାର୍ଯ୍ୟକୁ ପ୍ରଶଂସା କରିଥିଲେ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୨୦୨୨ ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ପ୍ରବେଶ କରିବାକୁ ଆପ୍ ପ୍ରସ୍ତୁତ ହେଉଛି। ତେଣୁ ସୋନୁ ସୁଦ୍ ଆପ୍ର ସଦସ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। ଏନେଇ ଦଳର କିଛି ନେତାଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।
Powered by Froala Editor