ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଟ୍ରେନ୍ ଲାଇନ୍ଚ୍ୟୁତ୍ , ୩ ଜଣଙ୍କ ମୃତ୍ୟୁ
ଆମେରିକାର ନର୍ଥ ସେଣ୍ଟ୍ରାଲ ମୋନଟାନାରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନ୍ଚ୍ୟୁତ୍ ହୋଇଛି। ଏଥିରେ ଅଧିକାଂଶ ଯାତ୍ରୀ ଆହତ ହେବାସହ ୩ ଜଣଙ୍କର ମୃତ୍ୟୁ ଘଟିଛି। ଶନିବାର ଅପରାହ୍ଣରେ ଏହି ଅଘଟଣ ଘଟିଛି।
ସୂଚନା ମୁତାବକ, ଟ୍ରେନ୍ରେ ପ୍ରାୟ ୧୪୭ଜଣ ଯାତ୍ରୀ ଥିଲେ ଏବଂ ୧୩ ଜଣ କ୍ରୁ ମେମ୍ବର ଥିଲେ। ‘ଏମ୍ପାୟର ବିଲ୍ଡରକ୍’ ନାମକ ଏହି ଟ୍ରେନ୍ଟି ଶନିବାର ପ୍ରାୟ ଅପରାହ୍ଣ ୪ଟା ବେଳେ ଜାପଲିନ୍ ନିକଟରେ ଲାଇନ୍ଚ୍ୟୁତ ହୋଇଥିଲା। ଏହାର ପ୍ରାୟ ୫ଟି ଗବି ଓଲଟି ପଡିଥିବା ସୂଚନା ମିଳିଛି। ବର୍ତ୍ତମାନ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେବି ଅନେକ ଲୋକେ ଟ୍ରେନ୍ ଭିତରେ ଫଶି ରହିଥିବା ଜଣାପଡିଛି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ସିଏଟଲ୍ ଓ ଚିକାଗୋ ମଧ୍ୟରେ ଏହା ଚଳାଚଳ କରିଥାଏ। ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ଫୁଟେଜରେ ଦେଖିବାକୁ ମିଳିଛି, ଲୋକମାନେ ଟ୍ରାକ୍ ପାଖରେ ଛିଡ଼ା ହୋଇଛନ୍ତି ଓ ସେମାନଙ୍କ ନିକଟରେ ଜିନିଷ ସବୁ ଏଣେତେଣେ ହୋଇ ପଡ଼ିକି ରହିଛି। ଟ୍ରେନ୍ର ଅନେକ ବଗି ରେଲ୍ୱେ ଟ୍ରାକ୍ରୁ ଲାଇନ୍ଚ୍ୟୁତ୍ ହୋଇଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି।
୨୦୧୭ରେ ଏଭଳି ହିଁ ଏକ ଦୁର୍ଘଟଣା ଘଟିଥିଲା। ସିଏଟଲ ସହରର ୬୪ କିଲୋମିଟର ଦୂରରେ ଏକ ଆମଟ୍ରେକ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାତ୍ରୀବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ ହୋଇ ରାସ୍ତା ଉପରେ ଯାଉଥିବା କାର୍ ସହ ବାଡେଇ ହୋଇଥିଲା। ଏଥିରେ ୬ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
Powered by Froala Editor