୩୯ କଏଦୀ କରୋନା ସଂକ୍ରମିତ
ମୁମ୍ବାଇ: ଚିନ୍ତା ବଢ଼ାଉଛି କରୋନା । ଦେଶରେ ଯଦିଓ ଏବେ ସଂକ୍ରମଣ କମିଛି କିନ୍ତୁ ଶିଶୁମାନେ ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଏଥିରୁ କିଭଳି ଭାବେ ସୁରକ୍ଷିତ ଭାବେ ରକ୍ଷା କରାଯାଇ ପାରିବ ତାକୁ ନେଇ ଏବେ ବିଶେଷଜ୍ଞମାନେ ଗବେଷଣା ଚଳାଇଛନ୍ତି । ଇତିମଧ୍ୟରେ ଜେଲ୍ରେ ମଧ୍ୟ ସଂକ୍ରମଣ ବ୍ୟାପିଛୁ । ସାରା ଦେଶର ବିଭିନ୍ନ ଜେଲ୍ରୁ ରୋଗୀ ଚିହ୍ନଟ ହେଉଛନ୍ତି । ମୁମ୍ବାଇର ବାଇକୁଲା ମହିଳା କାରାଗାରରେ ୩୯ ଜଣ କଏଦୀ କରୋନା ସଂକ୍ରମିତ ବାହାରିଛନ୍ତି । ସେମାନଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଥିବା ବ୍ରିହନ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ କୁହାଯାଇଛି । ପଜିଟିଭ୍ ଚିହ୍ନଟ ପରେ ସମସ୍ତ ଆକ୍ରାନ୍ତଙ୍କୁ ସଂଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି । କାରାଗାରରେ ମୋଟ ୧୨୦ କଏଦୀ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।
ସଂକ୍ରମଣ ରୋକିବାକୁ ଜେଲ୍ରେ ସବୁ ପ୍ରକାର ବ୍ୟବସ୍ଥା ହୋଇଛି । ଏବେ ନିୟମିତ ଭାବେ ସାନିଟାଇଜ୍ କରାଯାଉଛି । ଯେଉଁମାନଙ୍କ ଲକ୍ଷଣ ଦେଖା ଯାଉଛି ତୁରନ୍ତ କରୋନା ପରୀକ୍ଷା ହେଉଛି । ପଜିଟିଭ୍ ଚିହ୍ନଟ ହେଲେ ସଙ୍ଗେ ସଙ୍ଗେ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଉଥିବା ବିଏମ୍ସି ପକ୍ଷରୁ କୁହାଯାଇଛି ।
Powered by Froala Editor