ଫିକା ହେବ ପାର୍ବଣ ଉତ୍ସବ: ବଢ଼ିବ ଟିଭି, ଲାପ୍ଟପ୍, ସ୍ମାର୍ଟଫୋନ୍ ଦର
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ପାର୍ବଣ । ଏବେ ଘରେ ଘରେ ଉତ୍ସବର ମାହୋଲ୍ । କରୋନା ମହାମାରୀ ସ୍ଥିତିରେ ସୁଧାର ଆସିଥିବାରୁ ଏଥର ଅଧିକାଂଶ ପାର୍ବଣକୁ ଧୁମ୍ଧାମ୍ରେ ମନେଇବାକୁ ଯୋଜନା କରିଥିଲେ । ଘରକୁ କିଛି ନୂଆ ଜିନିଷ ଆଣିବାକୁ ବହୁ ଲୋକ ମନସ୍ଥ ବି କରିଥିଲେ । ହେଲେ ଏହି ଉତ୍ସାହରେ ଫିକା ପଡ଼ିବାକୁ ଯାଉଛି । କାରଣ ମହଙ୍ଗା ହେବ ଟିଭି, ଲାପଟପ୍ ଓ ସ୍ମାର୍ଟଫୋନ୍ ଭଳି ଜିନିଷ । ଏହି ଖବର ଶୁଣିବା ପରେ ଲୋକଙ୍କ ମନ ଫିକା ପଡ଼ି ଯାଇଛି ।
ସେପଟେ ବ୍ୟବସାୟୀମାନେ ମଧ୍ୟ ଏକ ପ୍ରକାର ହତାଶ ହୋଇ ପଡ଼ିଛନ୍ତି । ନବରାତ୍ରି, ଦଶହରା, ଧନତେରସ ଏବଂ ଦୀପାବଳି ପର୍ଯ୍ୟନ୍ତ କିଣାକିଣି ବଢ଼ିବା ନେଇ ଆଶା ବାନ୍ଧି ଥିଲେ । କରୋନା ଯୋଗୁଁ ଦୁଇ ବର୍ଷ ହୋଇଥିବା କ୍ଷତିର କିଛିଟା ଭରଣ ହେବ ବୋଲି ଭାବି ନେଇଥିଲେ । ମାତ୍ର ଏବେ ବେପାର କିଭଳି ହେବ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ।
ସ୍ମାର୍ଟଫୋନ, ଲାପଟପ୍, ଟିଭି, ଫ୍ରିଜ, ଏୟାର୍ କଣ୍ଡିସନର ସମେତ ଅନ୍ୟାନ୍ୟ ସାମଗ୍ରୀ ମହଙ୍ଗା ହେବ କାରଣ ଏସବୁ ଉତ୍ପାଦ ନିର୍ମାଣରେ ବ୍ୟବହାର ହେଉଥିବା କଂଚାମାଲ ଏବଂ ଏହାର ପରିବହନ ବାବଦ ଖର୍ଚ୍ଚ ବୃଦ୍ଧି । ଫଳରେ ଦେଶରେ ଏସବୁ ସାମଗ୍ରୀ ଦର ବଢ଼ିପାରେ । ନିର୍ମାତାଙ୍କ ଅନୁସାରେ ଉତ୍ପାଦନ ଖର୍ଚ୍ଚ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଆଗାମୀ ଦିନରେ ତଥା ନବରାତ୍ରି ବେଳକୁ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ୮% ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ । ତେବେ ସେ ଯାହା ହେଉନା କାହିଁକି ପାର୍ବଣ ସମୟରେ ଏଭଳି ଦରବୃଦ୍ଧି ସମସ୍ତଙ୍କୁ ଏକ ପ୍ରକାର ଉଦାଶ ଭିତରକୁ ଠେଲି ଦେଇଛି ।
Powered by Froala Editor