ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ
ଅରୁଣାଚଳ ପ୍ରଦେଶରେ ଶନିବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ଅରୁଣାଚଳ ପ୍ରଦେଶରେ ରିଚ୍ଟର ସ୍କେଲରେ ୪.୫ ମ୍ୟାଗ୍ନିଚ୍ୟୁଡର ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୦.୧୧ ରେ ୨୩୭ କିଲୋମିଟର ଉତ୍ତରରୁ ପାଙ୍ଗିନର ଉତ୍ତର-ପୂର୍ବ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଏ ନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ସୂଚନା ଦେଇଛି। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ନାହିଁ। ଚଳିତ ମାସରେ ୪ ସେପ୍ଟେମ୍ବର ମଧ୍ୟ ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା।
Powered by Froala Editor