ଟ୍ରେଲର ପଛରେ ପଶିଗଲା ଭ୍ୟାନ୍, ଅକାଳରେ ଚାଲିଗଲା ୬ ଛାତ୍ରଙ୍କ ଜୀବନ
ରାଜସ୍ଥାନର ଜୟପୁରରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଶନିବାର ଭୋର୍ ୫ଟା ସମୟରେ ଛାତ୍ରଙ୍କୁ ନେଇ ଯାଉଥିବା ଭ୍ୟାନ୍ ଏକ ଟ୍ରେଲର ପଛରେ ପଶିଯାଇଥିଲା। କୁହାଯାଉଛି ଯେ ଭ୍ୟାନରେ ଥିବା ସମସ୍ତ ୧୧ ଜଣ ବାରାନରୁ ସିକରକୁ REET ପରୀକ୍ଷା ଦେବାକୁ ଯାଉଥିଲେ । ନିଦରେ ଚାଳକଙ୍କ ଆଖି ଲାଗିଯିବାରୁ ଏଭଳି ଅଘଟଣ ଘଟିଛି। ଆହତମାନଙ୍କୁ ଚକସୁର ମହାତ୍ମା ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଏମାନେ ବାରନ ଜିଲ୍ଲାର ସମସ୍ତ ଛାତ୍ର ବୋଲି କୁହାଯାଉଛି । ଦୁର୍ଘଟଣାର କିଛି ଯନ୍ତ୍ରଣାଦାୟକ ଚିତ୍ର ମଧ୍ୟ ବାହାରକୁ ଆସିଛି ଯେଉଁଥିରେ ଦେଖାଯାଉଛି ଯେ ଭ୍ୟାନଟି ଟ୍ରେଲର ଡାଲାତଳେ ପଶି ଯାଇଛି । ଏବଂ ଆଗ ଭାଗଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଏହି ଦୁର୍ଘଟଣାକୁ ସମବେଦନା ଜଣାଇ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କହିଛନ୍ତି, ଚକସୁରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ REET ପ୍ରାର୍ଥୀଙ୍କ ମୃତ୍ୟୁ ଦୁଖଦାୟକ । ସମସ୍ତ ମୃତକଙ୍କ ଆତ୍ମାର ଶାନ୍ତି ପାଇଁ ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି । ମୃତକଙ୍କ ସମ୍ପର୍କୀୟଙ୍କୁ ୨ ଲକ୍ଷ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଯାତ୍ରା ସମୟରେ ସମସ୍ତ ପ୍ରାର୍ଥୀଙ୍କୁ ସତର୍କ ରହିବାକୁ ମୁଁ ଅନୁରୋଧ କରୁଛି । ଯାନକୁ ଉଚ୍ଚ ବେଗରେ ଏବଂ ଶୀଘ୍ର ଚଲାନ୍ତୁ ନାହିଁ । ଜନସାଧାରଣ ପରିବହନକୁ ଯଥାସମ୍ଭବ ବ୍ୟବହାର କରନ୍ତୁ । କୌଣସି ପରୀକ୍ଷା ଆପଣଙ୍କ ଜୀବନଠାରୁ ବଡ ହୋଇପାରିବ ନାହିଁ । '
Powered by Froala Editor