ମୋଦୀଙ୍କୁ ଏମିତି କହିଲେ ବାଇଡେନ
ୱାସିଂଟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହ୍ୱାଇଟ ହାଉସରେ ଶୁକ୍ରବାର ହୋଇଥିବା ଦ୍ୱିପାକ୍ଷିକ ଆଲୋଚନା ବେଳେ ଉଭୟଙ୍କ ମଧ୍ୟରେ ଥଟ୍ଟାମଜା ମଧ୍ୟ ହୋଇଛି । ପ୍ରଥମେ ବାଇଡେନ୍ ପରିବେଶକୁ ହାଲକା କରିବାକୁ ଯାଇ ଭାରତରେ ୫ ଜଣ ବାଇଡେନ ରହୁଛନ୍ତି ବୋଲି କହିଥିଲେ । ମୋଦୀ ମଧ୍ୟ ଏହାର ମଜାଳିଆ ଉତ୍ତର ଦେଇଥିଲେ । ସେ କହିଥିଲେ ଆମେରିକାର ରାଷ୍ଟ୍ରପତି କିଏ ତାହା ଜାଣିବା ପାଇଁ ତାଙ୍କ ସହିତ ତାଙ୍କର ବଂଶର ଲୋକଙ୍କ କାଗଜ ମଧ୍ୟ ଆଣିଛନ୍ତି । ୨୦୧୩ରେ ବାଇଡେନ ମୁମ୍ବାଇ ଆସିଥିଲେ । ସେହି ସମୟରେ ସେ ଶ୍ରୋତାମାନଙ୍କୁ କହିଥିଲେ ଭାରତର ଆର୍ଥôକ ରାଜଧାନୀରେ ତାଙ୍କର ଦୂର ସଂପର୍କୀୟମାନେ ରହୁଛନ୍ତି । ତାହାର ଦୁଇବର୍ଷ ପରେ ୱାସିଂଟନ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁମ୍ବାଇରେ ୫ ଜଣ ବାଇଡେନ ରହୁଛନ୍ତି ବୋଲି ସୂଚନା ଦେଇଥିଲେ ।
Powered by Froala Editor