ଅଭିଯୁକ୍ତ ୬ ମାସ ପର୍ଯ୍ୟନ୍ତ ଗ୍ରାମର ମହିଳାଙ୍କ ପୋଷାକ ସଫା କରିବେ: ବିହାର କୋର୍ଟ
ମଧୁବନୀ: ବିହାରର ଝାଞ୍ଝରପୁର ଜିଲ୍ଲା ବିଚାରପତି ଅବିନାଶ କୁମାର ଅତି ଅସାଧାରଣ ରାୟ ପ୍ରଦାନ କରିଛନ୍ତି । କୋର୍ଟ ଯୌନ ଉପôୀଡନ ଦେଇଥିବା ଜଣେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ସହ ତାଙ୍କୁ ମହିଳାମାନଙ୍କ ପୋଷାକ ସଫା କରିବା ପାଇଁ କହିଛନ୍ତି । ଗତ ଏପି୍ରଲ ୧୮ ତାରିଖରେ ଲୌକାହା ବଜାରରେ ଅଭିଯୁକ୍ତ ଲଲନ ସାଫି ଜଣେ ମହିଳାଙ୍କ ଯୌନ ଉପôୀଡ଼ନ ଦେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଅଭିଯୁକ୍ତ କୋର୍ଟରେ ଜାମିନ ଆବେଦନ କରିଥିଲେ । କୋର୍ଟ ଚଳିତ ସପ୍ତାହରେ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଛନ୍ତି । କିନ୍ତୁ କୋର୍ଟ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି । ଅଭିଯୁକ୍ତ ଜେଲରୁ ମୁକୁଳିବା ପରେ ୬ ମାସ ପର୍ଯ୍ୟନ୍ତ ଗ୍ରାମର ସମସ୍ତ ମହିଳାମାନଙ୍କର ପୋଷାକ ସଫା କରିବେ ଏବଂ ଇସ୍ତ୍ରି କରିବେ ବୋଲି କୋର୍ଟ କହିଛନ୍ତି ।
Powered by Froala Editor