ଓଡ୍ରାଫ ବୋଟ ବୁଡ଼ି ପ୍ରସଙ୍ଗ: ୪ ଉଦ୍ଧାର, ୩ ନିଖୋଜ
ଭୁବନେଶ୍ୱର: ମୁଣ୍ଡଳି ବ୍ୟାରେଜରେ ଏକ ଦନ୍ତା ଫସିଯାଇଥିବା ଜଣାଯାଇଛି । ସ୍ରୋତ ଅଧିକ ଥିବାରୁ ଦନ୍ତା ଆଗକୁ ଯାଇପାରୁନଥିବା ଜଣାଯାଇଛି । ତେବେ ବର୍ତ୍ତମାନର ସବୁଠୁ ବଡ଼ ଖବର ହେଲା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ବି ଫସିଯାଇଛନ୍ତି । ହାତୀକୁ ଉଦ୍ଧାର ଉଦ୍ୟମ ବେଳେ ଓଡ୍ରାଫ ବୋଟ ଓଲଟି ପଡ଼ିଛି । ମହାନଦୀ ମୁଣ୍ଡଳି ବ୍ୟାରେଜ ନିକଟରେ ବୋଟଟି ଓଲଟି ପଡ଼ିଛି । ହାତୀକୁ କୂଳକୁ ଘଉଡ଼ାଇବା ବେଳେ ପାଣିସ୍ରୋତରେ ବୋଟ ଓଲଟି ପଡ଼ିଛି । ରବର ବୋଟରେ ଅପରେସନରେ ଓଡ୍ରାଫ ଟିମ ସାମିଲ ଥିଲେ । ସବୁଠୁ ବଡ଼ କଥାହେଲାଯେ, ଉକ୍ତ ଦୁର୍ଘଟଣାଗ୍ରସ୍ତ ବୋଟରେ ଏକ ବୈଦୁ୍ୟତିକ ଗଣମାଧ୍ୟମର ୨ ଜଣ ପ୍ରତିନିଧି ଥିଲାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ସେମାନଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲକୁ ପଠାଯାଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରେ ଜଣେ କ୍ୟାମେରମ୍ୟାନ ଓ ଜଣେ ରିପୋର୍ଟର ଥିଲେ ।
ଅନ୍ୟପକ୍ଷରେ ବୋଟରେ ୫ ଜଣ ଓଡ୍ରାଫ କର୍ମଚାରୀଙ୍କ ସହ ୭ ଜଣ ଥିଲେ । ଏଯାଏଁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ୩ ଜଣ ନିଖୋଜ ଥିବା ଜଣାଯାଇଛି । ଏଯାଏଁ ୩ ଜଣଙ୍କ ପତ୍ତା ମିଳିପାରିନାହିଁ । ସେମାନଙ୍କୁ ଉଦ୍ଧାର ବା ଠାବ ପାଇଁ ଆଉ ଏକ ଏନଡିଆରଏଫ ଟିମ ପହଞ୍ଚିଛି ।
ସୂଚନାଯୋଗ୍ୟ, ଆଜି ଭୋରରୁ ମୁଣ୍ଡଳୀଠାରେ ମହାନଦୀରେ ଫସି ରହିଥିଲା ହାତୀଟି। ହାତୀକୁ କୂଳକୁ ଆଣିବାକୁ ବନ ବିଭାଗ ଅଧିକାରୀ, କର୍ମଚାରୀ ଓ ଓଡ୍ରାଫ ଟିମ୍ ଦୀର୍ଘ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିଥିଲେ। ହାତୀଟି ନଦୀ ମଝିରେ ହାଲିଆ ହୋଇ ଯାଇଥିବା ବେଳେ ତାକୁ ଖାଇବାକୁ କଦଳୀ ଦିଆଯାଇଥିଲା।
ପ୍ରାୟ ୫ ଘଣ୍ଟା ନଦୀରେ ରହିବା ପରେ ହାତୀଟି କୂଳକୁ ଫେରିବାକୁ ଚେଷ୍ଟା ଆରମ୍ଭ କରିଥିଲା ପହଞ୍ଚିଲା । ମାତ୍ର କୂଳ ଲୋକାରଣ୍ୟ ହୋଇଥିବାରୁ ହାତୀଟି କୂଳକୁ ଫେରିବାକୁ ସୁରକ୍ଷିତ ମଣି ନ ଥିଲା। ଫଳରେ ଅନ୍ୟ ଉପାୟ ନ ପାଇ ସେ ପୁଣି ନଦୀ ମଝିକୁ ଫେରି ଯାଇଥିଲା।
ଦୀର୍ଘ ୭ ଘଣ୍ଟା କାଳ ପାଣି ଭିତରେ ରହି ହାତୀଟିର ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଲାଣି। ଏପରିକି ହାତୀ ଶରୀରର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗିଲାଣି।
Powered by Froala Editor