ଏଣିକି ଖୋଲା ବଜାରରେ ମିଳିବ କରୋନା ଟିକା
ଟିକା ପ୍ରସ୍ତୁତକାରୀ ୫୦% ଟିକା ରଖନ୍ତୁ ଏବଂ ବଳକା ୫୦% ରାଜ୍ୟ ଓ ଖୋଲା ବଜାରରେ ମିଳୁ ବୋଲି ମୋଦିଙ୍କୁ ପରାମର୍ଶ ଦେଇଥିଲେ ନବୀନ ପଟ୍ଟନାୟକ । ଆଜି ଏହି ପ୍ରସ୍ତାବରେ ମୋହର ମାରିଛନ୍ତି କେନ୍ଦ୍ର ସରକାର । ଏଣିକି ରାଜ୍ୟ ସରକାରମାନେ ସିଧାସଳଖ ଟିକା କମ୍ପାନିମାନଙ୍କଠାରୁ କରୋନା ଟିକା ଖରିଦ କରିପାରିବେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷିତ ୩ୟ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ଅନୁସାରେ ଟିକା କମ୍ପାନିମାନେ ନିଜ ଉତ୍ପାଦିତ ଟିକାର ଅଧା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ । ଅବଶିଷ୍ଟ ଅଧା ରାଜ୍ୟ ସରକାର ଓ ଖୋଲା ବଜାରରେ ବିକ୍ରି କରିପାରିବେ । କମ୍ପାନିମାନେ ଏହି ଅବଶିଷ୍ଟ ଅର୍ଦ୍ଧେକ ଟିକାର ମୂଲ୍ୟ ମେ ୧ ପୂର୍ବରୁ ଘୋଷଣା କରିବେ । କେନ୍ଦ୍ରର ଏହି ନିଷ୍ପତ୍ତିରେ ଉପକୃତ ହେବେ ଦେଶବାସୀ । ନବୀନଙ୍କ ଏଭଳି ପଦକ୍ଷେପକୁ ସାରା ଦେଶ ପ୍ରଶଂସା କରୁଛି। ଅନ୍ୟପକ୍ଷରେ କେନ୍ଦ୍ର ସରକାର କିଣୁଥିବା ଟିକାଗୁଡ଼ିକୁ ପୂର୍ବପରି ରାଜ୍ୟ ସରକାରମାନଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ତେବେ ଯେଉଁ ରାଜ୍ୟରେ ସଂକ୍ରମଣ ବଢିଚାଲିଥିବ, ଯେଉଁ ରାଜ୍ୟରେ ଟିକାକରଣ ଠିକ ଭାବରେ ଚାଲିଥିବ ଓ ଯେଉଁ ରାଜ୍ୟରେ ଟିକା ଅପଚୟ କମ ଥିବା ସେହି ରାଜ୍ୟମାନଙ୍କୁ ଅଧିକ ଟିକା ପ୍ରଦାନ କରାଯିବ ।
Powered by Froala Editor