ନଦୀରେ ପ୍ରବଳ ବନ୍ୟା, ଭାଙ୍ଗିଲା ଜଳକା ନଦୀ ବନ୍ଧ
ଜଳେଶ୍ୱର: ଜଳକା ନଦୀରେ ପ୍ରବଳ ବନ୍ୟା । ଆଉ ଏହି ବନ୍ୟା ଯୋଗୁଁ ନଦୀ ବନ୍ଧ ଭାଙ୍ଗିଛି । ଏକତାଳି ଗାଁ ନିକଟରେ ନଦୀବନ୍ଧରେ ୫ଶହ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ବସ୍ତା ଓ ରାସଗୋବିନ୍ଦପୁର ବ୍ଲକରେ ପାଣି ପଶିବା ନେଇ ଆଶଙ୍କା ପ୍ରକାଶ ପାଇଛି ।
ପ୍ରକାଶ ଯେ, ବସ୍ତା ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୭ ଟା ସୁଦ୍ଧା ୭.୧୮ ମିଟରରେ ପ୍ରବାହିତ ହେଉଛି ବନ୍ୟା ଜଳ । ବାହାର୍ଦା ଚଟାଣ ଉପରେ ୩ ଫୁଟ ଉପରେ ବନ୍ୟାଜଳ ପ୍ରଭାହିତ ହେଉଛି । ଫଳରେ ଏନଏଚରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।
ବନ୍ୟା ଯୋଗୁଁ ବସ୍ତା ବ୍ଲକର ୧୨ଟି ପଞ୍ଚାୟତ ପତ୍ରଝଡ଼ା, ସଦାନନ୍ଦପୁର, ବାହାର୍ଦା, ମଥାନୀ, ଦୁଧହଂସା, ରାଉତପଡା, ଗଡପଦା, କୁଡିଆ, ବାସିଚକୁରାଇ, ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ରସୁଲପୁର ଏବଂ ଶ୍ରୀରାମପୁର ପଞ୍ଚାୟତ ପ୍ରଭାବିତ ହେବାର ସମ୍ଭାବନା ରହିଥିବା ବେଳେ ବାହାରଦା ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ୱ ଗ୍ରାମରେ ପାଣି ପଶିଛି । ବସ୍ତା ଅଗ୍ନିଶମ ବିଭାଗ ଦ୍ୱାରା ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କରାଯାଉଛି ଓ ବନ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି ।
Powered by Froala Editor