ରାହୁଲଙ୍କ ବଡ ନିଷ୍ପତି , ପଶ୍ଚିମବଙ୍ଗରେ ଆଉ କରିବେନି ନିର୍ବାଚନୀ ପ୍ରଚାର

ଦେଶରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ରାହୁଲ ଗାନ୍ଧୀ ନେଇଛନ୍ତି ଏକ ବଡ ନିଷ୍ପତି | ଟ୍ୱିଟ କରି ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଆଉ ସେ ନିର୍ବାଚନ ପ୍ରଚାର କରିବେ ନାହିଁ | ଏହାସହିତ ସେ ଅନ୍ୟ ଦଳର ନେତାଙ୍କୁ ମଧ୍ୟ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେଠାରେ ରାଲି ଆୟୋଜନ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି | ଏହିଠାରେ ସୂଚନା ଯେ ପଶ୍ଚିମବଙ୍ଗରେ ଆଗକୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ନିର୍ବାଚନ ଲାଗି ଏପ୍ରିଲ ୨୨, ୨୬ ଏବଂ ୨୯ରେ ମତଦାନ ହେବାକୁ ଥିବା ବେଳେ ରାହୁଲଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।