ୟୁଟ୍ୟୁବରୁ ମାସିକ ୪ ଲକ୍ଷ ପାଉଛନ୍ତି ଗଡକରି
ୟୁଟ୍ୟୁବରୁ ମାସିକ ୪ ଲକ୍ଷ ଟଙ୍କା ଆୟ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରି । ଏକଥା ନିଜେ ଗଡକରି ପ୍ରକାଶ କରିଛନ୍ତି। କୋଭିଡ ମହାମାରୀ କାରଣରୁ ତାଲାବନ୍ଦ ସମୟରେ ସେ ନିଜ ସମୟକୁ କିଭଳି ଉପଯୋଗ କରିଥିଲେ, ସେକଥା କହିଛନ୍ତି।
ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସ ରାଜପଥ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନିରୀକ୍ଷଣ କରିବାକୁ ଯାଇଥିବା ଅବସରରେ ହରିଆଣାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗଡକରି କହିଛନ୍ତି, କରୋନା ମହାମାରୀ ସମୟରେ ସେ ଘରେ ରୋଷେଇ କରିବା ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବକ୍ତୃତା ଦେବା ଆରମ୍ଭ କରିଥିଲେ। ଅନ୍ଲାଇନରେ ସେ ନିଜର ଅଭିଭାଷଣ ରଖୁଥିଲେ ଯାହା ୟୁଟ୍ୟୁବରେ ଅପଲୋଡ କରାଯାଉଥିଲା। ତାହାର ବିପୁଳ ସଂଖ୍ୟକ ଦର୍ଶକ ଦେଖିଥିଲେ। ସେଥିପାଇଁ ୟୁଟ୍ୟୁବ ଏବେ ତାଙ୍କୁ ମାସକୁ ୪ ଲକ୍ଷ ଟଙ୍କା ମାସକୁ ପ୍ରଦାନ କରୁଛି। ଖାଲି ସମୟର ଉପଯୁକ୍ତ ବ୍ୟବହାର କରିଲେ ନିଶ୍ଚିତ ଭାବେ ଲାଭ ହେବ ବୋଲି ସେ କହିଛନ୍ତି । ଗଡକାରୀ ଯୋଗ ଦେଇଥିବା କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟର ଓ ଏମପି ଇନ୍ଦ୍ରଜିତ ସିଂ ଉପସ୍ଥିତ ଥିଲେ ।
ଅତୀତର କଥାକୁ ମନେପକାଇ ସେ କହିଥିଲେ ଯେ, ତାଙ୍କ ଶ୍ୱଶୁର ଘର ରାସ୍ତା ମଝିରେ ରହିଯାଇଥିଲା। ସେ ତାଙ୍କ ପତ୍ନୀଙ୍କୁ ନଜଣାଇ ସେହି ଘର ଭାଙ୍ଗିଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ସେ ନୂଆ ବିବାହ କରିଥାନ୍ତି। ପରେ ତାଙ୍କ ପତ୍ନୀ ଏହା ଜାଣିବାକୁ ପାଇଥିଲେ।
Powered by Froala Editor