ଜେଇଇ ମେନ ପରୀକ୍ଷା ସ୍ଥଗିତ
ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ(ମେନ) ସ୍ଥଗିତ କରାଯାଇଛି । ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ୨୦୨୧ ଏପ୍ରିଲ ସେସନର ଜେଇଇ(ମେନ)କୁ ସ୍ଥଗିତ ରଖାଯାଇଛି । ପରୀକ୍ଷା ପାଇଁ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ରଖିଲା NTA । ପରୀକ୍ଷାର ୧୫ ଦିନ ଆଗରୁ ଘୋଷଣା ହେବା ପରୀକ୍ଷାର ପରବର୍ତ୍ତି ତାରିଖ । ଚଳିତ ମାସ ୨୭, ୨୮ ଓ ୩୦ ତାରିଖରେ ଜେଇଇ(ମେନ) ହେବାର ଥିଲା ।