କୋଭିଡ ହସ୍ପିଟାଲରେ ନିଆଁ, ୫ ଜଣଙ୍କ ମୃତ୍ୟୁ

ଛତିଶଗଡର ରାଜଧାନୀ ରାୟପୁରରେ ଥିବା ରାଜଧାନୀ କୋଭିଡ ହସ୍ପିଟାଲରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ଘଟିଛି। ରାୟପୁରର ପଚପେଡ଼ା ନାକା ପାଖରେ ଥିବା ରାଜଧାନୀ କୋଭିଡ ହସ୍ପିଟାଲରେ ଶୁକ୍ରବାର ନିଆଁ ଲାଗିଥିଲା। ଏହି ହସ୍ପିଟାଲରେ ସାମନ୍ୟ ରୋଗୀଙ୍କ ବ୍ୟତୀତ କୋଭିଡ ଓ୍ବାର୍ଡରେ କରୋନା ଆକ୍ରାନ୍ତ ମଧ୍ୟ ଥିଲେ। କିନ୍ତୁ ଶନିବାର ସନ୍ଧ୍ୟାରେ ପୁଣି ଥରେ ସଟସର୍କିଟ୍ ଯୋଗୁ ଆଇସିୟୁରେ ଅଗ୍ନିକାଣ୍ଡ ଲାଗିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡ ସମୟରେ ହସ୍ପିଟାଲରେ ପାଖାପାଖି ୫୦ ଜଣ ରୋଗୀ ଥିଲେ।
ସର୍ଟ ସର୍କିଟ ଯୋଗୁଁ ଘଟିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ ରୋଗୀମାନେ ଭୟରେ ଦୌଡୁଥିଲେ। ଆଉ ରୋଗୀଙ୍କୁ ଷ୍ଟ୍ରେଚରରେ ରଖାଯାଇ ଡାକ୍ତରଖାନାରୁ ବାହାରକୁ ନିଆଯାଇଥିଲା। ଏହି ଘଟଣାରେ ୫ ରୋଗୀ ମୃତ୍ୟୁ ବରଣ କରିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଏହି ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତ କରି ପୁଲିସ କହିଛି, ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏହି ଅଘଟଣ ଘଟିଛି। ସେପଟେ ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲା। ଘଟଣା ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଦୁଃଖ ପ୍ରକାଶ କରିଛନ୍ତି। ଏହା ସହ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ପୂର୍ବରୁ ନାଗପୁରର ଏକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ ଜଣଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଥିଲେ।