ଶେଷ ହେଲା କୁମ୍ଭମେଳା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ ଅନୁସାରେ ଶନିବାର ଶ୍ରୀପଞ୍ଚଦଶନାମ ଜୁନା ଆଖଡ଼ା ୨୦୨୧ ମହାକୁମ୍ଭର ବିସର୍ଜନ ଘୋଷଣା କରିଛି। ଦେଶରେ ବଢ଼ିବଢ଼ି ଚାଲିଥିବା କରୋନା ଭାଇରସ ସଂକ୍ରମଣ ପରୀପ୍ରେକ୍ଷୀରେ ମହାକୁମ୍ଭକୁ ବିସର୍ଜନ ଘୋଷଣା କରାଯାଇଛି। ଜୁନାର ଏହି ନିଷ୍ପତ୍ତିକୁ ଅଗ୍ନି, ଆହ୍ୱାନ ଓ କିନ୍ନର ଆଖଡ଼ା ମଧ୍ୟ ସମର୍ଥନ କରିଛନ୍ତି। କୁମ୍ଭମେଳାକୁ ପ୍ରତୀକାତ୍ମକ ଭାବେ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧୁସନ୍ଥମାନଙ୍କୁ ଆହ୍ବାନ ଜଣାଇବାର କିଛି ଘଣ୍ଟା ପରେ ଉତ୍ତରାଖଣ୍ଡର ହରିଦ୍ୱାରରେ ଅନୁଷ୍ଠିତ ହେଉଥିବା କୁମ୍ଭ ମେଳାକୁ ସମାପ୍ତ କରାଯାଇଛି। ଦେଶର ଅନ୍ୟତମ ଶୀର୍ଷ ସନ୍ଥ ଏବଂ ସାଧୁସଂଘ ଜୁନା ଆଖଡ଼ାର ମୁଖ୍ୟ ସ୍ବାମୀ ଅବଧେଶାନନ୍ଦ ଗିରି ମାସବ୍ୟାପି ଚାଲିବାକୁ ଥିବା କୁମ୍ଭାମଳା ସମୟ ପୂର୍ବରୁ ଶେଷ ହେଲା ବୋଲି ଘୋଷଣା କରିଛନ୍ତି।
ସେ ହିନ୍ଦୀରେ ଟୁଇଟ୍ କରି କହିଛନ୍ତି, ଆମର ପ୍ରଥମ ପ୍ରାଥମିକତା ହେଉଛି କୋଭିଡ୍ କବଳରୁ ଭାରତର ଲୋକଙ୍କ ସୁରକ୍ଷା । କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ଆମେ ବିଧିମୁତାବକ କୁମ୍ଭରେ ଆବାହିତ ସମସ୍ତ ଦେବବେବୀଙ୍କୁ ବିସର୍ଜନ କରିଛୁ। ଜୁନା ଅଖଡ଼ା ପାଇଁ ଏହା ହେଉଛି କୁମ୍ଭର ପରିସମାପ୍ତି।