କୂଅରେ ବୁଡି ଗୋଟିଏ ପରିବାରର ୩ ମୃତ
ବିନିକା: ସୂବର୍ଣ୍ଣପୁର ଜିଲ୍ଲା ବିନିକାରେ ଅଭାବନୀୟ ଘଟଣା । କୂଅରେ ବୁଡି ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । କଇଁଛ ଧରିବାକୁ ଯାଇ କୂଅରେ ପଡି ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କୁଇବାହାଲ ଆନନ୍ଦପୁର ଗାଁ ରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଏକ ପରିତ୍ୟକ୍ତ କୂଅରେ କଇଁଛ ଧରିବାକୁ ପଶିଥିଲେ ଶ୍ୱଶୁର, ଜ୍ୱାଇଁ ଓ ଶଳା । କଇଁଛ ଧରୁଧରୁ ହଠାତ୍ ଜଣଙ୍କର ଗୋଡ ଖସିଯାଇଥିଲା ଏବଂ ତାକୁ ଉଦ୍ଧାର କରିବାକୁ ଯାଇ ବାକି ଦୁଇ ଜଣ ମଧ୍ୟ କୂଅରେ ପଡିଯାଇଥିଲେ ।
ଏହାପରେ ଘଟଣାସ୍ଥଳରେ ବିନିକା ଅଗ୍ନିଶ୍ରମ ବାହିନୀ ପହଞ୍ଚି ୩ ଜଣଙ୍କୁ ଉଦ୍ଧାର କରିଥିଲେ । ମାତ୍ର ଶ୍ୱାସରୁଦ୍ଧ ହୋଇ ୩ ଜଣ ଯାକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଅକାଳ ମୃତ୍ୟୁକୁ ନେଇ ଏବେ ଗାଁରେ ଶୋକର ଛାୟା ଖେଳିଯାଇଛି।
Powered by Froala Editor