ଟଙ୍କା ପାଇଁ ନୁହେଁ, ହନିଟ୍ରାପ୍ରେ ପଡ଼ି ଗୁପ୍ତ ତଥ୍ୟ ଯୋଗାଉଥିଲେ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ
ବାଲେଶ୍ୱର: କେବଳ ଟଙ୍କା ପାଇଁ ନୁହେଁ, ହନିଟ୍ରାପ୍ରେ ପଡ଼ି ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଇ ଦେଉଥିଲେ ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜର ୪ ଠିକା କର୍ମଚାରୀ। ତଥ୍ୟ ଲିକ୍ ପରି ସାଂଘାତିକ ଅଭିଯୋଗରେ ଗତକାଲି ଏହି ୪ ଠିକା କର୍ମଚାରୀ ବନ୍ଧା ହୋଇଥିବା ବେଳେ ଆଜି ମିଳିଛି ହନି ଟ୍ରାପ୍ ଲିଙ୍କ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଡିଓର ଗିରଫ ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ଗିରଫ ୪ ଜଣ ହନି ଟ୍ରାପ୍ରେ ପଡ଼ି ଶତ୍ରୁପକ୍ଷ ସହ ହାତ ମିଳାଇ ଥିଲେ। ସେମାନେ ସମ୍ପୃକ୍ତ ମହିଳାଙ୍କ ପ୍ରେମରେ ପଡ଼ି ଗୁପ୍ତ ତଥ୍ୟ ଦେଉଥିଲେ। ଏପରିକି ମହିଳାଙ୍କ ଆକାଉଣ୍ଟରୁ ସେମାନଙ୍କ ନିକଟକୁ ଟଙ୍କା ଆସୁଥିବା ପ୍ରମାଣ ବି ମିଳିଛି ବୋଲି ଜଣେ ପୁଲିସ୍ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
ପାକିସ୍ତାନକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୁଲିସ୍ ଗତକାଲି ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ ଓଞଜର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିବା ୪ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ବିଦେଶୀ ସଂସ୍ଥା ଏବଂ ପାକିସ୍ତାନୀ ଏଜେଣ୍ଟଙ୍କ ସହ ଫୋନ୍ କଲ ମାଧ୍ୟମରେ ଲିଙ୍କ୍ରେ ରହି ତଥ୍ୟ ପ୍ରଘଟ କରିଥିବା ଆଶଙ୍କା କରାଯାଉଛି ।
ଗତକାଲି ଗିରଫ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ନାଁ ପୁଲିସ୍ କହିଥିବା ବେଳେ ଆଜି ଚତୁର୍ଥ ବ୍ୟକ୍ତିଙ୍କ ନାଁ ବି କହିଛି। ଗତକାଲି ଗିରଫ ୩ ଜଣ ହେଲେ ବସନ୍ତ ବେହେରା, ପ୍ରକାଶ ବେହେରା ଏବଂ ଶେଖ୍ ମୁସାକ୍ । ଏହାବାଦ ଗିରଫ ହୋଇଥିବା ଚତୁର୍ଥ ବ୍ୟକ୍ତିଜଣକ ହେଲେ ହେମନ୍ତ ମିସ୍ତ୍ରୀ । ସେ ଡିଜି ଅପରେଟର ଭାବେ କାମ କରୁଥିଲା । ସମସ୍ତ ଅଭିଯୁକ୍ତ ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈ ଅଞ୍ଚଳର ବୋଲି ସୂଚନା ମିଳିଛି ।
Powered by Froala Editor