କାନ୍ଥ ଭୁଶୁଡ଼ି, ଦୁଇ ମୃତ
କେନ୍ଦ୍ରାପଡ଼ା: ଲଗାଣ ବର୍ଷା ହେଲା କାଳ । କେନ୍ଦ୍ରାପଡ଼ାରେ ବର୍ଷା କାରଣରୁ କାନ୍ଥ ଭୂଶୁଡି ଦୁଇ ଜଣଙ୍କ ହୋଇଛି ମୃତ୍ୟୁ । ମୃତକ ଦୁଇ ଜଣ ହେଲେ ପାଟପୁରା ଥାନା ଅନ୍ତର୍ଗତ ବଡବେତରା ଗ୍ରାମର ସନା ମହାପାତ୍ର ଓ ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମର ନର୍ମଦା ପୃଷ୍ଟି । ତେବେ ଲଘୁଚାପ ଫଳରେ ଗତକାଲି ଦିନ ତମାମ ବର୍ଷା ହୋଇଥିଲା ।
କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଘନୀଭୁତ ହେବା ଫଳରେ ରାଜ୍ୟରେ ବର୍ଷା ଜାରି ରହିଛି। ରବିବାର ଦିନ ତମାମ ଉପକୂଳ ଓଡିଶା ସମେତ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହୋଇଛି । ଆଜି ବି ରାଜ୍ୟରେ ବର୍ଷା ଜାରି ରହିଛି। ତୁହାକୁ ତୁହା ବର୍ଷା ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଲଗାଣ ବର୍ଷା ଫଳରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଗୁଡିକ ଜଳମଗ୍ନ ହୋଇଥିବା ବେଳେ ଟ୍ୱିନ ସିଟିରେ ବର୍ଷାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ।
Powered by Froala Editor