ଯାଉନି କରୋନା, ଆସିଲାଣି ନିପା ଭାଇରସ୍
ନୂଆଦିଲ୍ଲୀ: କରୋନା ନଯାଉଣୁ ମାଡିଆସିଲାଣି ଡେଙ୍ଗୁ, ମ୍ୟାଲେରିଆ ଓ ନିପା ଭାଇରସ୍ । କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଦେଶରେ ଟିକାକରଣ ପ୍ରକ୍ରିୟାକୁ ଯୁଦ୍ଧାକାଳୀନ ଭିତ୍ତିରେ କରାଯାଉଛି । କିନ୍ତୁ ଏପଟେ ଡେଙ୍ଗୁ, ମ୍ୟାଲେରିଆ, ନିପା ଭାଇରସ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଲାଣି ଯେ କେରଳଠାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ହସ୍ପିଟାଲରେ ସ୍ଥାନର ଅଭାବ ଦେଖାଗଲାଣି । ମହାରାଷ୍ଟ୍ରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ ଉତ୍ତର ପ୍ରଦେଶରେ ନିପା ଭାଇରସ ଓ ବିହାରରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ବିଶେଷ କରି ଭାଇରାଲ ଫିବର ଦେଖାଯାଇଛି ବୋଲି ସାଇନସେସ୍(ଏମ୍ସ)ର ନିଦେ୍ର୍ଧଶକ ଡାକ୍ତର ରଣଦୀପ ଗୁଲେରିୟା କହିଛିନ୍ତି । ବିଶେଷ କରି ଛୋଟ ପିଲାଙ୍କ ନିକଟରେ ଇନଫ୍ଲୁଏନଞ୍ଜା ସଂକ୍ରମଣ ଦେଖିବାକୁ ମିଳୁଛି । ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଶିଶୁମାନଙ୍କ ପାଇଁ ସ୍କ୍ରବ ଟାଇପ୍ସ ଓ ଲେପ୍ଟୋସ୍ପିରୋସିସ୍ ଭଳି ଜୀବାଣୁ ସଂକ୍ରମଣ ଅଧିକ କ୍ଷତିକାରକ ବୋଲି କୁହାଯାଇଛି ।
Powered by Froala Editor