‘ସୋଚନା କ୍ୟା ଜୋ ଭି ହୋଗା ଦେଖାଯାଏଗା’ ନାଚରେ ଝୁମିଲେ ରୋଗୀ ଓ ଡାକ୍ତର
ରୋଗ ପାଇଁ ମେଡିସିନ ଯେମିତି ଆବଶ୍ୟକ ସେତିକି ସୁସ୍ଥ ମାନସିକତା ଦରକାର । ତେଣୁ ରୋଗୀଙ୍କ ମନୋବଳ ଦୃଢ ରହିବା ଜରୁରି । ତେଣୁ ରୋଗୀଙ୍କ ପାଇଁ ବଲିଉଡ ଗୀତର ତାଳେ ତାଳେ ଝୁମିଲେ ସ୍ୱାସ୍ଥ୍ୟକର୍ମୀ। କରୋନା ଆକ୍ରାନ୍ତଙ୍କ ବଢ଼ାଇଲେ ମନୋବଳ। ଗୁଜରାଟ ବଦୋଦରାର ଏକ ହସ୍ପିଟାଲରୁ ଏଭଳି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ପାରୁଲ ସେବାଶ୍ରମ ହସ୍ପିଟାଲର ଜେନେରାଲ ୱାର୍ଡରେ ଡାକ୍ତର ଓ କିଛି ସ୍ୱାସ୍ଥ୍ୟକର୍ମୀ ମିଶି କରୋନା ରୋଗୀଙ୍କ ପାଇଁ ଫିଲ୍ମି ଗୀତରେ ନାଚୁଛନ୍ତି। କରୋନା ସହ ଲଢ଼ିବା ଲାଗି ସେମାନଙ୍କୁ ସାହାସ ଯୋଗାଇଛନ୍ତି । ସେମାନଙ୍କ ମନୋବଳ ବଢ଼ାଇବା ପାଇଁ ଏଭଳି ନିଆରା ଉପାୟ ଆପଣାଇଛନ୍ତି ଡାକ୍ତର। ପିପିଇ କିଟ୍ ପିନ୍ଧି ରୋଗୀଙ୍କ ସାମ୍ନାରେ `ସୋଚନା କ୍ୟା ଜୋ ଭି ହୋଗା ଦେଖା ଯାଏଗା.' ଗୀତରେ ଏମାନେ ନାଚୁଛନ୍ତି। ସେପଟେ ରୋଗୀମାନେ ମଧ୍ୟ ଖଟ ଉପରେ ଶୋଇ ଡାକ୍ତରଙ୍କ ଡ୍ୟାନ୍ସଙ୍କୁ ମନଭରି ଉପଭୋଗ କରୁଛନ୍ତି। ରୋଗୀମାନେ ନିରାଶ ନହୋଇ ଯେପରି ରୋଗ ସହ ଲଢ଼ିବେ ଏବଂ ସୁସ୍ଥ ହେବେ ସେଥିପାଇଁ ଏହି ସେବାଶ୍ରମ ହସ୍ପିଟାଲର ଡାକ୍ତରମାନେ ଏଭଳି ନିଆରା ଉପାୟ ଅପଣାଇଛନ୍ତି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।