ଦିଲ୍ଲୀ ପାର୍କରେ ରହିବ ଶ୍ରୀମନ୍ଦିର ଓ କୋଣାର୍କ !
![ଦିଲ୍ଲୀ ପାର୍କରେ ରହିବ ଶ୍ରୀମନ୍ଦିର ଓ କୋଣାର୍କ !](https://odishanewslens.com/news_gallery/5891_1631344492.jpg)
ଓଡ଼ିଶାର ପୁରୀସ୍ଥିତ ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ । କୋଣ ଅନୁକୋଣରୁ ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥାନ୍ତିି । ସେହିଭଳି କୋଣାର୍କ କଥା କିଏ ବା ନଜାଣେ । ସପ୍ତାଶ୍ଚର୍ଯ୍ୟ ଭିତରେ ଥିବା ଏହି କଳାକୃତି ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । କଳାଘୁମୁର ଚନ୍ଦ୍ରଭାଗାର ଜଳରାଶି ସହ କୋଣାର୍କର ଗାଥା ଆଜିବି ଉଜ୍ଜୀବିତ ହୋଇ ରହିଛି । ତେବେ କୋଣାର୍କ ଓ ପୁରୀ ଶ୍ରୀମନ୍ଦିରର ପ୍ରତିକୃତି ଏବେ ଦିଲ୍ଲୀର ପଞ୍ଜାବିବାଗ ରିଙ୍ଗ୍ ରୋଡ୍ ନିକଟରେ ଥିବା ଭାରତ ଦର୍ଶନ ପାର୍କରେ ସ୍ଥାନିତ କରାଯାଇଛି । ଛଅ ଏକର କ୍ଷେତ୍ରଫଳ ବିଶିଷ୍ଟ ଏହି ପାର୍କରେ ଶ୍ରୀମନ୍ଦିର ପ୍ରତିକୃତି ପାଇଁ ୨୬ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଥିବା ବେଳେ କୋଣାର୍କ ମନ୍ଦିରର ପ୍ରତିକୃତି ପାଇଁ ୫୯ ଲକ୍ଷ ୯ ହଜାର ୫ ଶହ ଟଙ୍କା ଖର୍ଚ୍ଚ କରାଯାଇସାରିଲାଣି । ଓଡ଼଼ିଶା ସମେତ ଦେଶର ୧୪ଟି ରାଜ୍ୟର ୧୭ ଟି ପ୍ରତିକୃତି ସ୍ଥାପନ କାର୍ଯ୍ୟ ଏମ୍ସିଡି ପକ୍ଷରୁ ଯୋଜନା କରାଯାଉଛି । ବିବିଧତା ମଧ୍ୟରେ ଏକତା ଏହି ପାର୍କର ଆଭିମୁଖ୍ୟ ଥିବାରୁ ବିଭିନ୍ନ ରାଜ୍ୟର ପ୍ରସିଦ୍ଧ କଳାକୃତିଗୁଢ଼ିକୁ ଏଠାରେ ସ୍ଥାନ ଦିଆଯାଇଛି ।
ଚଳିତ ମାସ ଶେଷ ସୁଦ୍ଧା ୧୭ଟି ପ୍ରତିକୃତିର ର୍ନିମାଣ କାର୍ଯ୍ୟ ଶେଷ ହେବ ବୋଲି ଦକ୍ଷିଣ ଏମ୍ସିଡିର ଅଧିକାରୀ କହିଛନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରେ ପାର୍କକୁ ଉଦ୍ଘାଟନ କରାଯିବ ବୋଲି ସୂଚନା ରହିଛି । ଏପରି ହେଲେ ଲୋକେ ଓଡ଼ିଶାର କଳାକୃତି ବିଷୟରେ ବେଶ୍ ପରିଚିତ ହୋଇପାରିବେ । ଏହା ସହ ପାର୍କର ଥିମ୍କୁ ନେଇ ବହୁ ଚର୍ଚ୍ଚା ହେଉଛି । ପାର୍କରେ ଦେଶର ବିଭିନ୍ନ ପ୍ରାନ୍ତର କଳାକୃତିକୁ ନେଇ ସମସ୍ତେ ବେଶ ଉତ୍ସାହିତ ଅଛନ୍ତି ।
Powered by Froala Editor