ଗର୍ଭବତୀମାନେ ‘ଫାଇଜର’ ଓ ‘ମଡର୍ଣ୍ଣା’ ଟିକା ନେବା ଉଚିତ୍ : ବିଶେଷଜ୍ଞ କମିଟି
ବ୍ରିଟେନରେ ଗର୍ଭବତୀ ମହିଳାମାନେ 'ଫାଇଜର୍' କିଂବା 'ମଡର୍ଣ୍ଣା' ଟିକା ନେବା ଉଚିତ ବୋଲି ବ୍ରିଟିଶ ବିଶେଷଜ୍ଞ ମତ ଦେଇଛନ୍ତି। ଉପରୋକ୍ତ ଟିକା ନିରାପଦ ବୋଲି ତତ୍ତ୍ୱାବଧାନିକ ତଥ୍ୟାବଳିରୁ ଜଣାପଡ଼ିଥିବା କଥା ବିଶେଷଜ୍ଞମାନେ କହିଛନ୍ତି। (JCVI) କହିଛି ଯେ, ଆମେରିକାରେ ପ୍ରାୟ ୯୦,୦୦୦ ଗର୍ଭବତୀ ମହିଳାଙ୍କୁ ଟିକାକରଣ କରାଯାଇଛି। କାହାରି କ୍ଷେତ୍ରରେ ଏହି ଟିକା କୌଣସି ମନ୍ଦ ପ୍ରତିକ୍ରିୟା ଦେଖାଇଥିବା ଜଣାପଡ଼ିନାହିଁ। ଏହି ତଥ୍ୟକୁ ଆଧାର କରି ଜେସିଭିଆଇ ପରାମର୍ଶ ଦେଇଛି ଯେ ବ୍ରିଟେନରେ ଗର୍ଭବତୀ ମହିଳାଙ୍କୁ ଉପଲବ୍ଧ ଥିବା ସ୍ଥାନରେ ଫାଇଜର-ବାୟୋ ଟେକ୍ କିମ୍ବା 'ମଡର୍ଣ୍ଣା' ଟିକା ଦିଆଯିବା ଉଚିତ। ଏହାର ଅର୍ଥ ନୁହେଁ ଯେ, ଅନ୍ୟ ଟିକା ସବୁ ଅନ୍ତଃସତ୍ତ୍ୱା ନାରୀଙ୍କ ନିମନ୍ତେ ନିରାପଦ ନୁହେଁ, କିନ୍ତୁ ସେ ସବୁ ଉପରେ ଅଧିକ ଗବେଷଣା ଲୋଡ଼ା।
ଟିକାର ପ୍ରଭାବ ସମ୍ବନ୍ଧରେ ଯଥେଷ୍ଟ ସୂଚନା ଜଣା ନ ଥିବାରୁ ପୂର୍ବରୁ ଇଂଲଣ୍ଡ୍ରେ ଅନ୍ତଃସତ୍ତ୍ୱା ନାରୀମାନଙ୍କୁ ଏହି ଟିକା ନେବାକୁ ବାରଣ କରାଯାଉଥିଲା। ଗର୍ଭବତୀ ମହିଳାମାନଙ୍କୁ ପୂର୍ବରୁ ବ୍ରିଟେନରେ ଟିକା ଗ୍ରହଣ ନକରିବାକୁ ପରାମର୍ଶ ଦିଆଯାଇଥିଲା କାରଣ ଏହାର ପ୍ରଭାବ ବିଷୟରେ ପର୍ଯ୍ୟାପ୍ତ ସୂଚନା ନଥିଲା।