ଆଜି ବିଘ୍ନବିନାଶକଙ୍କ ପୂଜା, ମୁମ୍ବାଇରେ କଟକଣା
ମୁମ୍ବାଇ: ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ଅର୍ଥାତ ବିଘ୍ନବିନାଶକଙ୍କ ପୂଜା । ଆଜି କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ଭଗବାନ ଗଣେଶଙ୍କ ପୂଜା । ଏବର୍ଷ ସବୁପ୍ରକାର କରୋନା କଟକଣାକୁ ଦୃଷ୍ଟିରେ ରଖି ବିଘ୍ନବିନାଶକଙ୍କ ପୂଜା କରାଯାଉଛି । ଏହାରି ଭିତରେ ଗଣେଶ ପୂଜା ପାଇଁ ପ୍ରସିଦ୍ଧ ମହାରାଷ୍ଟ୍ରରେ ଏଥର ପୂଜା ପାଳନରେ ଫିକା ପଡିଛି । କାରଣ କୋଭିଡ ମହାମାରୀ ଯୋଗୁଁ ଭକ୍ତ ମାନଙ୍କୁ ପୂଜା ପେଣ୍ଡାଲ ଦର୍ଶନ କରିବାକୁ ବାରଣ କରାଯାଇଛି । ଏହା ସହିତ ପ୍ରସେଶନକୁ ମଧ୍ୟ ବାରଣ କରାଯାଇଛି ଓ ୧୪୪ ଧାରା ଜାରି କରାଯାଇଛି । ଏଥିପାଇଁ ଶ୍ରଦ୍ଧାଳୁମାନେ ଅନ୍ଲାଇନ ମାଧ୍ୟମରେ ଭଗବାନଙ୍କୁ ଦର୍ଶନ କରିପାରିବେ ଓ ପୂଜା ପାଖରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ସାମାଜିକ ଦୂରତା ବଜାୟ ରଖିବା ସହିତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ ଓ ସେହିପରି ବିସର୍ଜନ ସମୟରେ ୧୦ରୁ ଅଧିକ ଲୋକ ଯାଇପାରିବେ ନାହିଁ । ବିସର୍ଗନରେ ଭାଗ ନେବା ଲୋକଙ୍କ ପାଇଁ କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜରୁରୀ ବୋଲି ସରକାର ନିଦେ୍ର୍ଧଶ ଦେଇଛନ୍ତି ।
Powered by Froala Editor