ପ୍ରଥମ ଦେଶ ଭାବେ କ୍ୟୁବା ଶିଶୁଙ୍କ ଉପରେ ଆରମ୍ଭ କଲା ଟିକାକରଣ
କରୋନା ତୃତୀୟ ଲହର ଶିଶୁଙ୍କ ପାଇଁ ବିପଦଜ୍ଜନକ ଥିବାବେଳେ ସତର୍କତା ଜାରି କରିଛନ୍ତି ସରକାର । କାରଣ ଶିଶୁଙ୍କୁ ଏଯାଏଁ ଟିକାକରଣ କରାଯାଇନାହିଁ । ତେଣୁ ସେମାନଙ୍କ ପ୍ରତି ବପଦ ରହିଥିବା ସୂଚାଇଛନ୍ତି । ଏହାରି ଭିତରେ ଜଣେ ୨ ବର୍ଷର ଶିଶୁକୁ ଟିକା ଦିଆଯାଇଥିବା ଖବର ସାମ୍ନାକୁ ଆସିଛି ।
ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଠାରୁ ଦେଶରେ ୨ରୁ ୧୧ ବର୍ଷୀୟ ପିଲାଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାଙ୍କୁ କ୍ୟୁବାରେ କରୋନା ଟିକା ଦିଆଯାଇଛି। ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି। । କିନ୍ତୁ ଏଯାଏଁ ପିଲାଙ୍କୁ ଏହି ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ କୌଣସି ପ୍ରକାର ସ୍ୱୀକୃତି ମିଳିନାହିଁ।
ଅନ୍ୟପଟେ ଭାରତରେ ଟିକାକରଣ ସଂଖ୍ୟା ୭୦ କୋଟି ଟପିଛି। ଏଥିମଧ୍ୟରୁ ଏକ ଚତୁର୍ଥାଂଶ ଲୋକେ ଡବଲ୍ ଡୋଜ୍ ନେଇସାରିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ସୂଚନା ଦେଇଛନ୍ତି। ଅଗଷ୍ଟ ୨୫ ତାରିଖରେ ଦେଶରେ ଟିକାକରଣ ସଂଖ୍ୟା ୬୦ କୋଟିରେ ପହଞ୍ଚିଥିଲା ଏବଂ ଏହାର ୧୩ ଦିନ ପରେ ଏହି ସଂଖ୍ୟା ଏବେ ୭୦ କୋଟି ଅତିକ୍ରମ କରିଛି। ଦେଶରେ ପ୍ରଥମ ୧୦ କୋଟି ଟିକାକରଣ ପାଇଁ ୮୫ ଦିନ ସମୟ ଲାଗିଥିଲା। ଏହା ପରେ ୧୦ରୁ ୨୦ କୋଟି ଟିକାକରଣ ପାଇଁ ୪୫ ଦିନ, ପୁଣି ୩୦ କୋଟି ଟିକାକରଣ ପାଇଁ ୨୯ ଦିନ ସମୟ ଲାଗିଥିଲା। ୩୦ରୁ ୪୦ କୋଟି ପାଇଁ ୨୪ ଦିନ, ୪୦ରୁ ୫୦ କୋଟି ପହଞ୍ଚିବା ପାଇଁ ୨୦ ଦିନ, ୫୦ରୁ ୬୦ କୋଟି ପାଇଁ ୧୯ ଦିନ ସମୟ ଲାଗିଥିଲା। କିନ୍ତୁ ଏହା ପରେ ଦେଶରେ ଟିକାକରଣ ଅଭିଯାନ ଜୋରଦାର ହୋଇଥିଲା ଏବଂ ମାତ୍ର ୧୩ ଦିନ ଭିତରେ ହିଁ ୬୦ରୁ ୭୦ କୋଟି ଲୋକଙ୍କ ପାଖରେ ଟିକା ପହଞ୍ଚିଯାଇଛି।
Powered by Froala Editor