ତାଲିବାନ ଦଖଲ ପରେ ବଦଳି ଯାଇଛି ଶ୍ରେଣୀଗୃହ ଚିତ୍ର, ଏମିତି ଚାଲିଛି ପାଠପଢା
କାବୁଲ: ଆଫଗାନିସ୍ତାନ ବିଶ୍ୱ ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ା ଆରମ୍ଭ ହୋଇଛି । ତେବେ ତାଲିବାନ ଦଖଲ ପରେ ଶ୍ରେଣୀଗୃହର ଚିତ୍ର ବଦଳି ଯାଇଛି । ଆଗଭଳି ଛାତ୍ର ଏବଂ ଛାତ୍ରୀ ଆଉ ଏକାଠି ବସୁନାହାନ୍ତି । ଏବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପରଦା ପଡୁଛି । ମଝିରେ ପରଦା ଥାଇ ଗୋଟିଏ ପାଶ୍ୱର୍ରେ ଛାତ୍ର ଏବଂ ଅନ୍ୟ ପାଶ୍ୱର୍ରେ ଛାତ୍ରୀ ବସିଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଛାତ୍ରୀଙ୍କୁ କେବଳ ମହିଳା ଶିକ୍ଷକ ହିଁ ପଢ଼ାଇବେ । ସେମାନଙ୍କୁ କୌଣସି ପୁରୁଷ ଶିକ୍ଷକ ପଢ଼ାଇବେନି । ଯଦି ମହିଳା ଶିକ୍ଷକ ନିୟୋଜିତ କରିବା ଅସମ୍ଭବ ହୁଏ ତେବେ ଉତ୍ତମ ଚରିତ୍ର ଥିବା ବୟସ୍କ ବ୍ୟକ୍ତିଙ୍କୁ ସାମିଲ କରାଯିବ । କ୍ଲାସ ସରିବାର ୫ ମିନିଟ ପୂର୍ବରୁ ଛାତ୍ରୀମାନେ କ୍ଲାସ ଛାଡ଼ିବେ । ଛାତ୍ରମାନେ ଶିକ୍ଷାନୁଷ୍ଠାନ ଛାଡ଼ିବା ପର୍ଯ୍ୟନ୍ତ ସେମାନେ ୱେଟିଂ ହଲରେ ରହିବେ ।
Powered by Froala Editor