୩୯ ବର୍ଷ କୋମାରେ ରହିବା ପରେ ଆଖି ବୁଜିଲେ ଏହି ଫୁଟବଲ ଖେଳାଳି
ପ୍ୟାରିସ : ଦୀର୍ଘ 39 ବର୍ଷ କାଳ କୋମାରେ ରହିବା ପରେ ୭୩ ବର୍ଷ ବୟସରେ ଆଖି ବୁଜିଛନ୍ତି ଜର୍ମାନିର ପ୍ରସିଦ୍ଧ ରକ୍ଷଣଭାଗ ଫୁଟବଲ ଖେଳାଳି ଜିନ୍-ପିଏରେ-ଆଡାମ୍ସ । ମାତ୍ର ୩୩ ବର୍ଷ ବେଳେ ଡାକ୍ତରଙ୍କ ତ୍ରୁଟି ପାଇଁ କୋମାକୁ ଚାଲି ଯାଇଥିଲେ ସେ । ୧୯୮୨ ମସିହାର ଏହି ବିବାଦୀୟ ଏବଂ ମର୍ମନ୍ତୁଦ ଅଘଟଣ ସମଗ୍ର ଫୁଟବଲ୍ ଜଗତକୁ ଦୋହଲାଇ ଦେଇଥିଲା । ଏକ ସାଧାରଣ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲା ବେଳେ ଡାକ୍ତର ଭୁଲ ବଶତଃ ତାଙ୍କୁ ମାତ୍ରାଧିକ ଡୋଜର ନିଶ୍ଚେତକ ଦେଇଥିଲେ । ଫଳରେ ମସ୍ତିଷ୍କାଘାତର ଶିକାର ହୋଇ ଚେତା ହରାଇଥିଲେ ଏହି ପ୍ରତିଭାବାନ ତାରକା । ତାଙ୍କର ଜାଜ୍ଜ୍ୱଲ୍ୟମାନ କ୍ରୀଡ଼ା ଜୀବନ ଅକାଳରେ ଶେଷ ହୋଇ ଯାଇଥିଲା । ଆଡାମ୍ସ ସତୁରୀ ଦଶକରେ ଫ୍ରାନ୍ସ ପକ୍ଷରୁ ୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ମାରିଅସ୍ ଟ୍ରେସର ଓ ତାଙ୍କ ଯୋଡ଼ିକୁ ସେମାନଙ୍କ ବଳିଷ୍ଠ ରକ୍ଷଣାତ୍ମକ ଫୁଟବଲ୍ କଳା କୌଶଳ ପାଇଁ ‘ଦି ବ୍ଲାକ୍ ଗାର୍ଡ’ର ଉପାଧୀ ମିଳିଥିଲା ।
Powered by Froala Editor